ବିଜୁଳି ଖୁଣ୍ଟରେ ବିଜେପି କର୍ମୀଙ୍କ ଶବ

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପୁରୁଲିୟା ଅଧୀନସ୍ଥ ଦଭା ଗାଁରେ ଏକ ଶବ ବିଜୁଳି ଖୁଣ୍ଟରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତକ ୩୨ ବର୍ଷିୟ ବିଜେପି କର୍ମୀ ଦୁଲାଲ କୁମାରଙ୍କ ବୋଲି ଜଣାପଡିଛି। ଦୁଲାଲ କୁମାରଙ୍କ ମୃତ୍ୟୁ ପଛରେ ତୃଣମୂଳ କଂଗ୍ରେସର ହାତ ଥାଇ ପାରେ ବୋଲି ଅଭିଯୋଗ ହୋଇଛି । ମୃତ ଦୁଲାଲ କୌଣସି ରାଜନୈତିକ ଦଳ ସହ ଜଡିତ ଥିଲେ କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛି । ପଶ୍ଚିମବଙ୍ଗ ପୁଲିସ ସୂଚନା ଅନୂଯାୟୀ ଏହି ମାମଲା ସିଆଇଡିକୁ ହସ୍ତାନ୍ତର କରାଯାଇଛି ।

ଏହି ଘଟଣା ଜଣାପଡିବା ପରେ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବାର୍ଗିୟା ପଶ୍ଚିମବଙ୍ଗ ସରକାର ଓ ପୁଲିସ ପ୍ରଶାସନଙ୍କୁ ଦାୟୀ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, ଗତକାଲି ରାତିରେ ମୁଁ ଏଡିଜିଙ୍କ ସହ କଥା ହୋଇଥିଲି । ଦୁଲାଲଙ୍କ ଜୀବନ ପ୍ରତି ବିପଦ ରହିଥିବା ଅବଗତ କରାଇଥିଲି । ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଦୁଲାଲଙ୍କୁ ଯଥାସମ୍ଭବ ସୁରକ୍ଷା ପ୍ରଦାନ କରିବେ। କିନ୍ତୁ ଆଜି ସକାଳେ ତାଙ୍କ ମୃତଦେହ ବିଜୁଳି ଖୁଣ୍ଟରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପୁଲିସ ବିଭାଗ ପାଇଁ ଏକ ଲଜ୍ଜ୍ୟାଜନକ ବିଷୟ ।

Leave A Reply