ଫ୍ଲାଟ୍‍ରୁ ଦୁଇ ନାଇଜେରୀୟଙ୍କ ସହ ୩ ମୃତଦେହ ଉଦ୍ଧାର

0

ନୂଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀର ଏକ ଫ୍ଲାଟ୍‍ରୁ ଦୁଇ ନାଇଜେରିଆ ନାଗରିକଙ୍କ ସହ ତିନି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତମ ନଗର ଅଞ୍ଚଳରେ ଥିବା ଫ୍ଲାଟ୍‍ରେ ସେମାନେ ଭଡ଼ାରେ ରହୁଥିଲେ। ଦୁଇ ନାଇଜେରୀୟଙ୍କର ପରିଚୟ ମିଳିଥିବାବେଳେ ପୁଲିସ ତୃତୀୟ ଜଣଙ୍କର ପରିଚୟ ସନ୍ଧାନ କରୁଛି। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ନାଇଜେରୀୟ ବସବାସ କରନ୍ତି ଏବଂ ସ୍ଥାନୀୟ ଜନତାଙ୍କ ସହିତ ସେମାନଙ୍କ ସମ୍ପର୍କ ପ୍ରାୟତଃ ଭଲ ନଥାଏ। ବିଭିନ୍ନ ସମୟରେ ନାଇଜେରୀୟଙ୍କ ଉପରେ ଆକ୍ରମଣର ଖବର ପ୍ରକାଶ ପାଇଥାଏ। ତେବେ ଏହି ତିନିଜଣଙ୍କର କିପରି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ନାହିଁ।

Leave A Reply