ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଅନ୍ତର୍ଗତ ଭୂଲୁଦା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନାଳକୁ ଗାଧୋଇବାକୁ ଯାଇ ପ୍ରିୟବ୍ରତ ନାୟକ (୨୬) ନିଖୋଜ ହୋଇଥିବା ବେଳେ ରାତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ରବିବାର ଦିନ ସମୟରେ ପ୍ରିୟବ୍ରତ ଏକ ସ୍କୁଟି ଧରି ନାଳକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ସନ୍ଧ୍ୟା ସମୟରେ ନାଳ ନିକଟ ବିଲ ହିଡ଼ରୁ ସ୍କୁଟି ଓ ମୋବାଇଲ ଆଦି ଦେଖିବାକୁ ମିଳିଥିଲା। ଏହାପରେ ପ୍ରିୟବ୍ରତଙ୍କ ମୃତଦେହ ନାଳରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



