ଶ୍ରାବଣର ତୃତୀୟ ସୋମବାର , ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼
ଭୁବନେଶ୍ୱର / ପୁରୀ : ଶ୍ରାବଣ ମାସର ତୃତୀୟ ସୋମବାରରେ ପୁରୀ ଲୋକନାଥ ମନ୍ଦିର ଓ ଅନ୍ୟାନ୍ୟ ସମସ୍ତ ଶୈବ ପୀଠରେ ଭକ୍ତ ଓ କାଉଡ଼ିଆ ମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି। ମହାଦେବଙ୍କ ମସ୍ତକରେ ଜଳଳାଗି ପାଇଁ କାଉଡ଼ିଆମାନେ ଧାଡ଼ିରେ ଛିଡ଼ା ହୋଇଛନ୍ତି। ଲୋକନାଥଙ୍କ ପୀଠ ବ୍ୟତୀତ ବାବା ଲିଙ୍ଗରାଜ, ଢେଙ୍କାନାଳ କପିଳାଶ, କଟକର ଧବଳେଶ୍ୱର ଭଦ୍ରକର ଆଖଣ୍ଡଳମଣୀ ଆଦି ମନ୍ଦିରମାନଙ୍କରେ କାଉଡ଼ିଆ ଓ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
Comments are closed.