www.samajalive.in
Saturday, December 6, 2025
19.1 C
Bhubaneswar

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କଳାହାଣ୍ଡି : କଳାହାଣ୍ଡି ଜିଲା ଧର୍ମଗଡ଼ ଜୟପାଟଣା ଥାନା ଅନ୍ତର୍ଗତ କୁରିଗୁମ୍ମା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନୃଶଂସଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ ଭିତ୍ତି କରି ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ,ଜୟପାଟଣା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କୁହୁରୀଗୁମା ଗ୍ରାମର ବିଶ୍ୱନାଥ ନାଏକ ଙ୍କ ଝିଅ ବେଲକୁ ଧନଶୁଲି ଗ୍ରାମର ଅଗସ୍ତି ମାଝୀଙ୍କୁ ବିବାହ କରାଯାଇଥିଲା। କିଛି ଦିନ ଅଗସ୍ତି  ସ୍ତ୍ରୀ ବେଲ ସହ ରହିବା ପରେ ଗତ ଦୁଇ ବର୍ଷ ହେବ କୁହୁରୀଗୁମା ଗ୍ରାମରେ ରହୁଥିଲେ। ଆଜି ସକାଳ ପ୍ରାୟ ୮.୩୦ମି. ବେଳେ ଅଗସ୍ତି ମାଝୀ (୪୨) ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି  ବେକ ରେ ଟାଙ୍ଗିଆରେ ହାଣିବାରୁ ଘଟଣା ସ୍ଥଳରେ ହିଁ ବେଲ ମାଝୀ (୪୦) ର ମୃତ୍ୟୁ ଘଟିଥିଲା। ଘରେ ସ୍ତ୍ରୀକୁ ହାଣି ଅଗସ୍ତି ଏକ ଟାଙ୍ଗିଆ ଧରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗାଁର କିଛି ଲୋକ ଜାଣି ପାରି ଅଗସ୍ତିକୁ ପିଛା କରିଥିଲେ। ଜୟପାଟଣା କଲେଜ ଛକରେ ଅଗସ୍ତି ତାକୁ ପିଛା କରୁଥିବା ଜାଣି ପାରି ଏକ ଗଛ ଉପରକୁ ଚଢ଼ି ଯାଇଥିଲା। ଜୟପାଟଣା ପୁଲିସ କଲେଜ ଛକରେ ପହଞ୍ଚିବା ପରେ  ମଧ୍ୟ ସେ ପୁଲସକୁ ଦେଖି ଗଛରୁ ଓହ୍ଳାଇ ନଥିଲା । ପରେ ଜୟପାଟଣା ଅଗ୍ନିଶମ ବିଭାଗର କର୍ମଚାରୀ ଗଛରୁ ଉଦ୍ଧାର କରିବା ପରେ ପୁଲିସ ହାତରେ ଧରାପଡ଼ିଥିଲା। ସ୍ତ୍ରୀ ହତ୍ୟାକରୀ ଅଗସ୍ତିକୁ ଜୟପାଟଣା ଥାନାରେ ଅଟକ ରଖାଯାଇ ଟାଙ୍ଗିଆକୁ ଜବତ କରାଯାଇଛି। ସ୍ତ୍ରୀର  ଅନ୍ୟ କାହା ସହ ସମ୍ପର୍କ ଥିବାରୁ ତାକୁ ହତ୍ୟା କରିଥିବା ଅଗସ୍ତି ପୁଲିସ ଆଗରେ ସ୍ୱୀକାର କରିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories