www.samajalive.in
Sunday, December 7, 2025
14.1 C
Bhubaneswar

ନିୟନ୍ତ୍ରଣ ହରାଇ ଆକାଶରେ ଘୂରି ବୁଲିଲା ସାଂସଦଙ୍କ ହେଲିକପ୍ଟର, ସ୍ତମ୍ଭୀଭୂତ ହୋଇଗଲେ କାର୍ଯ୍ୟକର୍ତ୍ତା

ଜୟପୁର: ରାଜସ୍ଥାନର ଅଲୱରରେ ରବିବାର ଏକ ଅଜବସ୍ଥିତି ଦେଖିବାକୁ ମିଳିଥିଲା। ବିଜେପି ସାଂସଦଙ୍କ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବା ସମୟରେ ହଠାତ୍‌ ନିୟନ୍ତ୍ରଣ ହରାଇଥିଲା। ଏହା ପରେ ହେଲିକପ୍ଟରଟି ଭୂମିଠାରୁ ଅଳ୍ପ ଉଚ୍ଚରେ ଆକାଶରେ ଏଣେତେଣେ ଘୂରି ବୁଲିଥିଲା। ପାଇଲଟ୍‌ ନିଜର ବୁଦ୍ଧି ଖଟାଇ ଠିକ୍‌ ସମୟରେ ହେଲିକପ୍ଟରକୁ ନିୟନ୍ତ୍ରଣକୁ ଆଣିଥିଲେ। ଫଳରେ ହେଲିକପ୍ଟରଟି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା।

- Advertisement -

ସୂଚନା ମୁତାବକ, ବିଜେପି ସାଂସଦ ମହନ୍ତ ବାଲକନାଥ ନିଜ ସଂସଦୀୟ କ୍ଷେତ୍ରର କୋଟ କାସିମ ଅଞ୍ଚଳରେ ଥିବା ଏକ ମନ୍ଦିରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ତାଙ୍କ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବା ବେଳେ ଭୂମିଠାରୁ ଅଳ୍ପ ଉଚ୍ଚରେ ନିୟନ୍ତ୍ରଣ ହରାଇଥିଲା। ହେଲିକପ୍ଟରଟି ଉପରକୁ ଉଠି ନ ଥିଲା କି ତଳକୁ ବି ଆସୁ ନ ଥିଲା। ଏହା ଦେଖି ସେଠାରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କ ନିଃଶ୍ଵାସ କିଛି ସମୟ ପାଇଁ ଅଟକି ଯାଇଥିଲା। ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଥିଲେ। କିଛି ସମୟ ମଧ୍ୟରେ ପାଇଲଟ୍‌ ହେଲିକପ୍ଟରକୁ ନିୟନ୍ତ୍ରଣାଧୀନ କରିବା ପରେ ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ କରିଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories