ଆଠଗଡ଼: କଟକ ଜିଲା ଆଠଗଡ଼ ବନଖଣ୍ଡର ତିଗିରିଆ ରେଞ୍ଜ ହରିଡ଼ାପାଣି ଗାଁରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସକାଳ ସମୟରେ ଯୁବକ ଜଣକ ଶୌଚ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ଯୁବକଙ୍କୁ କଚାଡ଼ି ମାରିଥିବା କୁହାଯାଉଛି। ମୃତ ଯୁବକ ଜଣକ ଶରତ ବେହେରା (୪୬) ବୋଲି ଜଣାପଡିଛି। ଜଙ୍ଗଲ ବିଭାଗ ଅଧିକାରୀ ଏଯାଏଁ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।
Popular Categories



