ବ୍ରହ୍ମପୁର : ବ୍ରହ୍ମପୁର ବିଦ୍ୟୁତପୁର କଲୋନୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏକ ପରିତ୍ୟକ୍ତ କୂଅରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ୨ ଦିନ ହେବ ନିଖୋଜ ଥିଲେ। ଯୁବକଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ଆଜି ଉଦ୍ଧାର ହୋଇଥିବା ମୃତଦେହ ସେହି ନିଖୋଜ ଯୁବକଙ୍କର ବୋଲି ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତା କାରଣରୁ ଯୁବକଙ୍କୁ କେହି ହତ୍ୟା କରି କୂଅରେ ପକାଇ ଦେଇଛି ବୋଲି ପୁଲିସ ସନ୍ଦେହ କରୁଛି ଓ ଘଟଣାର ତଦନ୍ତ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ଠାରୁ ସୂଚନା ମିଳିଛି।
Popular Categories



