www.samajalive.in
Saturday, December 6, 2025
16.1 C
Bhubaneswar

ମହିଳାଙ୍କୁ ହତ୍ୟା , ଅଭିଯୁକ୍ତ ଗିରଫ

ଅନୁଗୁଳ : ପାଲଲହଡ଼ା ଥାନା ଅନ୍ତର୍ଗତ ବତିସୁଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ଜଣେ  ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ହେଲେ ଗୁବେଇ କୁଂକାଲ (୩୬) । ମହିଳାଙ୍କୁ ସେହି ଗ୍ରାମର ସୁକୁଦାର ସୋରେନ (୪୫)ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁବେଇ ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ସମ୍ମୁଖରେ ବସିଥିବା ବେଳେ ସୁକୁଦାର ତାଙ୍କୁ ଆକ୍ରମଣ କରିଥିଲା। ମହିଳାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ମହିଳାଙ୍କୁ ହତ୍ୟା ପରେ ମୃତଦେହକୁ ଗାତ ଖୋଳି ପୋତି ଦେବାକୁ ଉଦ୍ୟମ କରି ବିଫଳ ହୋଇ ସୁକୁଦାର ଫେରାର ହୋଇଯାଇଥିଲା। ଏହାପରେ ପାଲଲହଡ଼ା ଥାନା ଏସଆଇ ଆଶିଷ କୁମାର ଦାସ କିଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ଅଭିଯୁକ୍ତକୁ ଗାଁ ପାଖ ଜଙ୍ଗଲରୁ ଗିରଫ କରିଥିଲେ। ଏହାସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଜବତ କରିବା ସହ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।  ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories