ଇସଲାମାବାଦ: ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କହିଛି ଯେ କୁଖ୍ୟାତ ମାଫିଆ ଦାଉଦ ଇବ୍ରାହିମ ପାକିସ୍ତାନରେ ନାହିଁ। ୧୯୯୩ରେ ମୁମ୍ବାଇରେ ସଂଗଠିତ ଭୟଙ୍କର ବୋମା ବିସ୍ଫୋରଣର ସୂତ୍ରଧର କୁହାଯାଉଥିବା ଦାଉଦ ଇବ୍ରାହିମ ଦେଶ ବାହାରେ ଥିବା ଲଣ୍ଡନର ଏକ ଅଦାଲତକୁ ସୂଚନା ଦିଆଯିବ ପରେ ପାକିସ୍ତାନ ସ୍ପଷ୍ଟ କରିଛି।
ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦାଉଦ ଇବ୍ରାହିମ ପାକିସ୍ତାନରେ ରହୁନାହିଁ। ବୋମା ବିସ୍ଫୋରଣ ଘଟଣାରେ ଅନ୍ୟତନ ଅଭିଯୁକ୍ତ ୫୧ ବର୍ଷୀୟ ଜବୀର ମୋତିର ଶୁଣାଣି ସମୟରେ ୧୯୯୩ରେ ମୁମ୍ବାଇରେ ଭୟଙ୍କର ବୋମା ବିସ୍ଫୋରଣରେ ସମ୍ପୃକ୍ତ ଦାଉଦ ପାକିସ୍ତାନରେ ଲୁଚିଥିବା ସୂଚନା ଦିଆଯାଇଥିଲା। ସେହି ବିସ୍ଫୋରଣରେ ୨୦ଜଣଙ୍କ ମୃତ୍ୟୁ ଘଟିଥିଲା। ‘ଡି’ କମ୍ପାନୀ ମୁଖ୍ୟ ଦାଉଦ ଓ ତା ଭାଇ ପାକିସ୍ତାନରେ ଥିବା ସମ୍ବାଦକୁ ବିଶ୍ୱର ପ୍ରମୁଖ ଗଣମାଧ୍ୟମଗୁଡିକ ପ୍ରକାଶ କରିଥିଲେ।



