ନୂଆଦିଲ୍ଲୀ : ସୀମାପାର ଆତଙ୍କବାଦ ବନ୍ଦ୍ କରିବା ଓ ନିଜ ଅଞ୍ଚଳରୁ ଆତଙ୍କବାଦୀଙ୍କ ଭିତ୍ତିଭୂମି ଗୁଡ଼ିକୁ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବାକୁ ଭାରତ, ପାକିସ୍ତାନକୁ କହିଛି । ଗୁରୁବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୁରଲୀଧରନ୍ କହିଛନ୍ତି, ପାକିସ୍ତାନ ସହିତ ସ୍ୱାଭାବିକ ସମ୍ପର୍କ ସ୍ଥାପନ କରିବାକୁ ଭାରତ ଚାହେଁ । ସେ କହିଛନ୍ତି, ପାକିସ୍ତାନ ସହ ସମସ୍ତ ଅସମାହିତ ବିଷୟର ସିମ୍ଳା ରାଜିନାମା ଓ ଲାହୋର ଘୋଷଣାନାମା ଅନୁସାରେ ଶାନ୍ତିପୂର୍ଣ୍ଣ ଉପାୟରେ ଓ ଦ୍ୱିପକ୍ଷୀୟ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ଭାରତ ସଙ୍କଳ୍ପବଦ୍ଧ । ଆତଙ୍କବାଦ, ହିଂସା ଓ ଶତ୍ରୁ ମନୋଭାବ ମୁକ୍ତ ଏକ ବାତାବରଣ ମଧ୍ୟରେ ଅର୍ଥପୂର୍ଣ୍ଣ କଥାବାର୍ତ୍ତା ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ପାକିସ୍ତାନକୁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ହେବ।
ପାକିସ୍ତାନ ସହିତ ସ୍ୱାଭାବିକ ସମ୍ପର୍କ ଚାହେଁ ଭାରତ : ମୁରଲୀଧରନ୍
Popular Categories



