www.samajalive.in
Saturday, December 13, 2025
14.1 C
Bhubaneswar

ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞଙ୍କ ଝିଅକୁ ହତ୍ୟା

ଇସଲାମାବାଦ: ଆତଙ୍କିସ୍ଥାନ ଭାବରେ ପରିଚିତ ପାକିସ୍ତାନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଆଫଗାନ କୂଟନୀତିଜ୍ଞଙ୍କ ଝିଅକୁ ଅପହରଣ ଏବଂ ଆକ୍ରମଣ କରାଯିବା ଘଟଣାର କିଛିଦିନ ପରେ ପାକିସ୍ତାନର ଜଣେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅକୁ ଅତି ଶୋଚନୀୟ ଭାବରେ ହତ୍ୟା କରାଯାଇଛି । ଇସଲାମାବାସ୍ଥିତ ପୂର୍ବତନ କୂଟନୀତିଜ୍ଞ ଶୌକତ ଅଲି ମୁକଦମଙ୍କ ବାସଭବନରେ ଏହି ନାରକୀୟ ଘଟଣା ଘଟିଛି । ମୁକଦମ ପୂର୍ବରୁ ଦକ୍ଷିଣ କୋରିଆ ଏବଂ ଅନ୍ୟରାଷ୍ଟ୍ରରେ ପାକିସ୍ତାନର କୂଟନୀତିଜ୍ଞ ଭାବରେ କାର୍ଯ୍ୟ କରିସାରିଛନ୍ତି ।

 

- Advertisement -

ପ୍ରାପ୍ତ ଖବରରୁ ଜଣାଯାଇଛି ଯେ ୨୭ ବର୍ଷ ବୟସ୍କା ନୁର ମୁକଦମଙ୍କ ଉପରକୁ ପ୍ରଥମେ ଗୁଳି ଚଳାଯିବା ପରେ ତାଙ୍କ ତଣ୍ଟିକୁ କଟାଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି । ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା କୁହାଯାଉଥିବା ଜାହିର ଜାଫର ନାମକ ଜଣେ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇ ସ୍ଥାନୀୟ ପୁଲିସ ପଚରା ଉଚରା ଆରମ୍ଭ କରିଛି । ଏହି ଘଟଣାକୁ ଦେଶର ବିଭିନ୍ନ ରାଜନୈତିକ ଦଳ କଡା ନିନ୍ଦା କରିଛନ୍ତି ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧରୀ ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ ସହିତ ଏହାର କଡା ନିନ୍ଦା କରିଛନ୍ତି । ଗିରଫ ଜାଫର ଇସଲାମାବାଦର ଏକ ଅଗ୍ରଣୀ ନିର୍ମାଣ କମ୍ପାନୀର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ପୁଅ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଜାଫରଙ୍କ ସହିତ ସମ୍ପର୍କ ତୁଟାଇବା କାରଣରୁ ସେ ନୁରଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତ ଜାଫର ଜଣେ ଅଭ୍ୟାସଗତ ନିଶାସେବନକାରୀ ଏବଂ ତାଙ୍କ ମାନସିକ ଅବସ୍ଥା ଠିକ୍‍ ନଥିବା ପୁଲିସ କହିଛି ।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories