www.samajalive.in
Saturday, December 6, 2025
15.1 C
Bhubaneswar

ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ରବିବାର ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ସଂପର୍କୀୟ ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି  । ଛୁରା ମାଡରେ ଝିଆରୀ ସନ୍ତୋଷୀ ନାଇକଙ୍କର ବେକ ଓ ପେଟରେ ଆଘାତ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ବଣପଲ୍ଲୀ ରଙ୍ଗନିଧି ନାଇକଙ୍କ ଝିଅ ସନ୍ତୋଷୀ ନିଜର ସାନ ଭାଇ ଭଉଣୀ ସହ ମାଟି ପାଇଁ ବିଲକୁ ଯାଇଥିଲେ । ସେମାନେ ବିଲ ମାଳରେ ଥିବା ସମୟରେ ସଂପର୍କୀୟ ଦାଦା ଧନୁ ନାଇକ ସେଠାରେ ପହଞ୍ଚିଥିଲେ । ପୂର୍ବରୁ ସନ୍ତୋଷୀକୁ ଘରୁ ନବାହାରିବା ପାଇଁ ଧନୁ ଆକଟ କରିଥିବା ବେଳେ ଆଜି ପୁଣି ସନ୍ତୋଷୀକୁ ବିଲରେ ଥିବା ଦେଖି ସେ ରାଗିଯାଇ ଗାଳି ଗୁଲଜ କରିବା ସହ ତା’ର ବେକ ଓ ପେଟକୁ ଛୁରା ମାଡ କରିଥିଲେ । ସେଠାରୁ ସନ୍ତୋଷୀକୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ପୁଲିସ ମେଡିକାଲରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ଥିବା ଦାଦାକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ଏନେଇ ବୁଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories