www.samajalive.in
Saturday, December 6, 2025
26.1 C
Bhubaneswar

ବୋହୂର ପରକିୟାପ୍ରିତୀ ବଖାଣିଲେ ପୁଲିସ ଅଧିକାରୀଙ୍କ ମା’

କଟକ: ଅନୁଗୋଳ ଜିଲାରେ କାର୍ଯ୍ୟରତ ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ପତ୍ନୀ ଆଣିଥିବା ଅଭିଯୋଗକୁ ପୁଲିସ ଅଧିକାରୀଙ୍କ ମା’ ଖଣ୍ଡନ କରିଛନ୍ତି।ପୁଲିସ ଅଧିକାରୀ ଅଶ୍ୱିନୀ କୁମାର ସାହୁଙ୍କ ମା’ ଧୀରବାଳା ସାହୁ ତାଙ୍କ ବୋହୁ ମମତା ସାହୁଙ୍କ ବିରୋଧରେ ପାଲଟା ପରକିୟାପ୍ରିତୀ ଏବଂ ନିର୍ଯାତନା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ବୋହୂଙ୍କ ଚରିତ୍ର ଓ ନିର୍ଯାତନାକୁ ନେଇ ଶାଶୁ ତଥା ଅଶ୍ୱିନୀଙ୍କ ମା ଧୀରବାଳା ଗଣମାଧ୍ୟମଙ୍କ ଆଗରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଦର୍ଶାଯାଇଛି ଯେ, ୨୦୦୪ରେ ଅଶ୍ୱିନୀ ଡେଙ୍କାନାଳ ଜିଲା ଭୁବନର ଖଗେଶ୍ୱର ସାହୁଙ୍କ ଝିଅ ମମତାଙ୍କୁ ବିବାହ କରିଥିଲେ। ବିବାହ ପରେ ବୋହୂ ମମତା ତାଙ୍କୁ, ଦିଅର ବିଜୟ କୁମାର ସାହୁ, ଅଶ୍ୱିନୀଙ୍କୁ ଅଧିକାଂଶ ସମୟରେ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଘରର ଜିନିଷପତ୍ର ଫୋପଡ଼ା ଫିଙ୍ଗା କରୁଥିଲେ। ଅଶ୍ୱିନୀ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ ଥିବା ବେଳେ ସେ ଦୁର୍ବୃତ୍ତଙ୍କ ଗୁଳି ମାଡର ଶିକାର ହୋଇଥିଲେ। ସେ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ପତ୍ନୀ ମମତା ଦିନେହେଲେ ତାଙ୍କୁ ଭେଟିବାକୁ ଆସିନଥିଲେ। ଅଶ୍ୱିନୀ ଯାଜପୁର ରୋଡ ଥାନାରୁ ଗଞ୍ଜାମ ଜିଲାର ଭଞ୍ଜନଗର ଥାନାକୁ ବଦଳି ହୋଇଗଲା ପରେ ସେଠାକୁ ମମତା ନଯାଇ ଯାଜପୁର ରୋଡ ସରକାରୀ ବାସଭବନରେ ଜିଦକରି ରହିଥିଲେ।

- Advertisement -

ଅଶ୍ୱିନୀଙ୍କର ଭଞ୍ଜନଗରକୁ ବଦଳି ହେବା ପରେ ବାହାରେ ଦୀର୍ଘ ବର୍ଷ ରହିବା ସୁଯୋଗରେ ମମତାଙ୍କର ଜଣେ ଯୁବ ଇଞ୍ଜିନୟରଙ୍କ ସହିତ ସମ୍ପର୍କ ଗଢି ଉଠିଲା। ଇଞ୍ଜିନିୟର ଜଣକ ସରକାରୀ ବାସଭବନକୁ ଯିବା ଆସିବା କରୁଥିଲେ। ଭଞ୍ଜନଗରରୁ ଅଶ୍ୱିନୀ ଏସଡିପିଓ ହୋଇ ଅନୁଗୁଳକୁ ବଦଳି ହେଲା ପରେ ମମତା ତାଙ୍କ ପାଖକୁ ନଯାଇ ଭୁବନେଶ୍ୱର ଶୈଳଶ୍ରୀ ବିହାର ଭଡାଘରେ ରହିଲେ। ମମତାଙ୍କର ଏତାଦୃଶ ପରକିୟାପ୍ରିତୀ ଏବଂ ମା’ ଙ୍କୁ ନିର୍ଯାତନାର ଅତିଷ୍ଠ ହୋଇ ଅଶ୍ୱିନୀର କଟକ ପାରିବାରିକ ଅଦାଲତରେ ୨୦୧୯ରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ଯାହା ଏବେ ବିଚାରଧୀନ ଅଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories