www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଆରମ୍ଭ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଭୟାବହ ପରିଣତିକୁ ରୋକିବା ସକାଶେ ରାଜ୍ୟ ସରକାର ଶେଷ ପ୍ରୟାସ ସ୍ୱରୂପ ଜାରି କରିଛନ୍ତି ତାଲାବନ୍ଦ। ଆଜି ବୁଧବାର ସକାଳୁ ୧୪ ଦିନିଆ ତାଲାବନ୍ଦ ସାରା ରାଜ୍ୟରେ ଆରମ୍ଭ ହୋଇଛି। ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ କଟକଣା ଜାରି ରହିବ। ଏହି ସମୟ ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଥିବାବେଳେ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି। ଏଥିସହିତ ସମସ୍ତ ଦୋକାନ, ବଜାର, ବସ, ଅଟୋ ଆଦି ଗଣ ପରିବହନ ବ୍ୟବସ୍ଥା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନୁଯାୟୀ ଆଜି ସକାଳୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ତାଲାବନ୍ଦ। ପୁଲିସ ପକ୍ଷରୁ ବିଭିନ୍ନ ସହରରେ ଅବରୋଧ ଫାଟକ ଲଗାଯାଇ ଜନସାଧାରଣଙ୍କ ଯାତାୟତ ଏବଂ ଗାଡି ମଟର ଚଳାଚଳକୁ ନିୟନ୍ତ୍ରଣ କରାଯାଉଛି। ଲୋକେ କେଉଁ କାମରେ ବାହାରକୁ ଯାଉଛନ୍ତି ଏବଂ ସେମାନଙ୍କ ପାଖରେ ବୈଧ କାଗଜପତ୍ର ଅଛି କି ନାହିଁ ତାହା ତନଖି କରୁଛନ୍ତି। ତେବେ ଏହି ତାଲାବନ୍ଦରୁ ନିର୍ମାଣ ସାମଗ୍ରୀ, ଔଷଧ, ସାର, କୀଟନାଶକ, ସାର ଆଦି ଦୋକାନକୁ ବାଦ ଦିଆଯାଇଛି। ଏପରିକି ତାଲାବନ୍ଦ ସମୟରେ ନିର୍ମାଣ କାର୍ଯ୍ୟ, ପଣ୍ୟ ପରିବହନ, କଳ କାରଖାନା କାମ ଚାଲୁ ରହିବାକୁ ଅନୁମତି ଦିଆଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ୬ଟାରୁ ତେଜରାତି ସାମଗ୍ରୀ, ମାଛ, ମାଂସ, ଅଣ୍ଡା ଓ ପରିବାର ଦୋକାନ ଆଦି ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ଲୋକେ ଘର ପାଖରେ ଥିବା ଏହିସବୁ ଦୋକାନକୁ ଚାଲି ଚାଲି ଯାଇ ସେମାନଙ୍କ ଆବଶ୍ୟକ ସାମଗ୍ରୀ ଖରିଦ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ତାହାସହିତ ଅଯଥାରେ ଭିଡ ନକରିବା ଏବଂ କୋଭିଡ କଟକଣା ସଂପୂର୍ଣ୍ଣ ଭାବରେ ପାଳନ କରିବାକୁ ମଧ୍ୟ କୁହାଯାଇଛି। ସରକାରଙ୍କର ଏତେସବୁ ପ୍ରୟାସ ଏବଂ ବାରମ୍ବାର ଚେତାବନୀ ସତ୍ତେ୍ୱ କିଛି ଲୋକ ସୁଧୁରିବାର ନାଁ ଧରୁନାହାନ୍ତି। ଆଜି ତାଲାବନ୍ଦ ଆରମ୍ଭ ହେବାପରେ କିଛି ଅମାନିଆଙ୍କୁ ରାସ୍ତା ଉପରେ ସାଇକେଲ, ଦୁଇଚକିଆ ଗାଡି ଆଦିରେ ଦେଖିବାକୁ ମିଳିଥିଲା। ପୁଲିସକୁ ସେମାନେ ବିଭିନ୍ନ ଆଳ ଦେଖାଇ ଆଗକୁ ଯିବାକୁ କହୁଥିବାବେଳେ ପୁଲିସ ସେମାନଙ୍କୁ ସେଠାରୁ ଘଉଡାଇ ଦେଇଥିଲା। ତାଲାବନ୍ଦ ଆରମ୍ଭ ହେବାର ଦିନକ ପୂର୍ବରୁ ଗତକାଲି ଅର୍ଥାତ ମଙ୍ଗଳବାର ଦିନ ସମଗ୍ର ରାଜ୍ୟରେ ଦୋକାନ ବଜାରରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ ଖୋଲା ରହିବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଜନସାଧାରଣ ତେଜରାତି ସାମଗ୍ରୀ, ଅନ୍ୟାନ୍ୟ ଦୋକାନରେ ଭିଡ ଜମାଇଥିଲେ। ଏପରିକି କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଭୀଷଣ ଭିଡ ପରିଲକ୍ଷିତ ହୋଇଥିଲା। ଆଜି ବୁଧବାର ଥିବାରୁ ତାଲାବନ୍ଦ କଟକଣା ସତ୍ତେ୍ୱ କିଛି ଲୋକ ତାହାକୁ ଅମାନ୍ୟ କରି ଆମିଷ ଦୋକାନରେ ଗହଳି ଲଗାଇଥିଲେ। ଏପରିକି ସେମାନଙ୍କୁ ପାଦରେ ଚାଲିଚାଲି ଆସିବାକୁ କୁହାଯାଇଥିଲେ ମଧ୍ୟ ଅନେକ ଲୋକ ସାଇକେଲ, ମୋଟରସାଇକେଲ, ସ୍କୁଟର ଆଦି ଧରି ସହର ଭିତରେ ବୁଲୁଥିବା ଏବଂ ଆମିଷ ଦୋକାନ ସମ୍ମୁଖରେ ଗହଳି କରୁଥିବା ଦେଖିବାକୁ ମିଳିଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଅମାନିଆମାନଙ୍କୁ ପ୍ରଥମେ ଚେତାବନୀ ଦିଆଯାଉଛି ଏବଂ ସେମାନେ ତାହାର ପୁନରାବୃତ୍ତି କଲେ ସେମାନଙ୍କ ଉପରେ ଜରିମାନା କରାଯିବ।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories