www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ଦାଦନ ଦୁଃଖ: ଟଙ୍କା ପାଇଁ ନାବାଳିକା ଝିଅକୁ ବନ୍ଧକ ରଖିଛି ଦାଦନ ସର୍ଦ୍ଦାର

ବଲାଙ୍ଗୀର: ପୁଣି ଦାଦନ ଦହନର ଦୟନୀୟ କାହାଣୀ। ଟଙ୍କା ପାଇଁ ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ଜୀବନ ଯାଇଥିବାବେଳେ ଟଙ୍କା ପାଇଁ ବନ୍ଧା ପଡିଛି ସମ୍ପୃକ୍ତ ଶ୍ରମିକଙ୍କ ନାବାଳିକା ଝିଅ। ବଲାଙ୍ଗୀର ବେଲପଡା ଥାନା ସୁଲେକେଲା ଗାଁରୁ ଏଭଳି ଅଭିଯୋଗ ଆସିଛି। ଦୁଇ ମାସ ତଳେ ସୁଲେକେଲା ଗାଁର କାହ୍ନୁ ମଲ୍ଲିକ ନିଜ ପରିବାରର ୪ ସଦସ୍ୟଙ୍କୁ ନେଇ ଆନ୍ଧ୍ର ସାତନଗଡ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସର୍ଦ୍ଦାରଙ୍କ ଅତ୍ୟଧିକ କାମ ଯୋଗୁଁ କାହ୍ନୁ ଅସୁସ୍ଥ ହୋଇପଡିଥିଲେ। ତାପରେ ବି ଦାଦନ ସର୍ଦ୍ଦାର ବାରମ୍ବାର ଶ୍ରମିକ ପରିବାରକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ। ଏହାକୁ ପତ୍ନୀ ପ୍ରତିବାଦ କରିବାରୁ ରୋଗୀଣା ସ୍ବାମୀଙ୍କ ସହ ସ୍ତ୍ରୀ ଏବଂ  ଝିଅକୁ ଗାଁକୁ ପଠାଇଦେଇଥିଲେ। ଗାଁରେ ପହଞ୍ଚିବାର କିଛି ଦିନ ପରେ କାହ୍ନୁ ପ୍ରାଣ ହରାଇଛନ୍ତି। ତେବେ ୧୧ ବର୍ଷର ନାବାଳିକା ଝିଅକୁ ସର୍ଦ୍ଦାର ଅଟକ ରଖିଛି। ଏ ନେଇ ପରିବାର ଲୋକ ଯେତେ ଗୁହାରି କଲେ ବି ଝିଅକୁ ଛାଡୁନଥିବା ଅଭିଯୋଗ ହୋଇଛି। ପରିବାର ଲୋକ ବାଧ୍ୟ ହୋଇ ନିଜର ଜମି ବନ୍ଧକ ରଖି ୫୦ ହଜାର ଟଙ୍କା ଦାଦନ ସର୍ଦ୍ଦାରକୁ ପଠାଇଥିବା କହିଛନ୍ତି। ତଥାପି ଝିଅକୁ ଛାଡୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ପ୍ରାଣ ହରାଇଥିବା କାହ୍ନୁ ମଲ୍ଲିକଙ୍କ ମୃତଦେହକୁ ଧରି ଆନ୍ଦୋଳନରେ ବସିଛନ୍ତି ପରିବାର ଲୋକ । ଏ ସମ୍ପର୍କରେ ଖବର ପ୍ରସାରଣ ପରେ ପୁଲିସକୁ ଧରି ବେଲପଡା ତହସିଲଦାର ଗାଁକୁ ଯାଇଥିଲେ। ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବା ସହ ବନ୍ଧକ ଝିଅକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ତହସିଲଦାର।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories