www.samajalive.in
Tuesday, December 9, 2025
16.1 C
Bhubaneswar

ନୀତୀଶଙ୍କ ପରେ ମୋଦୀଙ୍କ ଆଡକୁ ଢଳୁଛନ୍ତି କି ଉଦ୍ଧବ? କହିଲେ ‘ମୋଦୀ ଆମର ଶତ୍ରୁ ନୁହଁନ୍ତି’

ନୂଆଦିଲ୍ଲୀ: ଶିବସେନା (ୟୁବିଟି)ର ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ଏକ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କହିଛନ୍ତି ଯେ ଆପଣ ଆମର ଶତ୍ରୁ ନୁହଁନ୍ତି । ଆଗରୁ ମଧ୍ୟ ନଥିଲେ କିମ୍ବା ଆଜି ବି ନାହାଁନ୍ତି । ଆମେ ଆପଣଙ୍କ ସହିତ ରହିଛୁ । ଶିବସେନା ସମ୍ପର୍କ ଛିନ୍ନ କରିନଥିଲା, ବରଂ ବିଜେପି ହିଁ ଆମ ସହ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତି ନେଇଥିଲା ବୋଲି ଉଦ୍ଧବ କହିଛନ୍ତି ।

ଉଦ୍ଧବ ଠାକେରଙ୍କ ଏଭଳି ବୟାନ ପରେ ରାଜନୈତିକ ଶିବିରରେ ଅନେକ ଆଲୋଚନା ଆରମ୍ଭ ହୋଇଯାଇଛି । ନିକଟରେ ବିହାର ମୁଖ୍ୟମନ୍ତ୍ରୀ ଇଣ୍ଡିଆ ମହାମେଣ୍ଟରୁ ବାହାରିଆସି ଏନଡିଏ ସହିତ ମିଶି ନୂଆ ସରକାର ଗଠନ କରିଛନ୍ତି । ଏହି ସମୟରେ ଉଦ୍ଧବ ଠାକେର ସାମ୍ନାକୁ ଆସି ଏଭଳି ବୟାନ ଦେଇଥିବାରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୀର୍ଘ ସମୟ ଧରି ଉଦ୍ଧବ ଠାକରେଙ୍କ ଦଳ ଶିବସେନା-ଏନଡିଏ ସହିତ ମେଣ୍ଟ କରିଥିଲା । ହେଲେ ପରେ ଉଭୟ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏବେ ଶିବସେନା ଇଣ୍ଡିଆ ମେଣ୍ଟ ସହିତ ଯୋଡି ହୋଇଛି ।

- Advertisement -

ରବିବାର ମହାରାଷ୍ଟ୍ରର ସାୱନ୍ତୱାଡି ଠାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ ଉଦ୍ଧବ ଠାକରେ । ଏଠାରେ ଉଦ୍ଧବ ଠାକରେ ମୋଦୀଙ୍କୁ ସିଧାସଳଖ କହିଛନ୍ତି ଯେ ବିଜେପି ଶିବସେନା ସହିତ ସମ୍ପର୍କ ଛିନ୍ନ କରିଥିଲା । ଏହାସହିତ ଉଦ୍ଧବ ବିଜେପକୁ ପରୋକ୍ଷରେ କଟାକ୍ଷ କରି କହିଛନ୍ତି ଯେ ଅନ୍ୟ ନିର୍ବାଚନ ତୁଳନାରେ ୨୦୨୪ ଲୋକସଭା ନିର୍ବାଚନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ‘ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଆମେ ପରସ୍ପରକୁ ଅଭିବାଦନ ଜଣାଇଥାଉ । କିନ୍ତୁ ଏଥର ମୁଁ ଭୟଭୀତ ଯେ ଯଦି କ୍ଷମତାରେ ଥିବା ଲୋକ ପୁନର୍ବାର ନିର୍ବାଚିତ ହୁଅନ୍ତି ତେବେ ଆଗାମୀ ଗଣତନ୍ତ୍ର ଦିବସ ହେବ ନାହିଁ । ଏହା ଏକ ଶାସକ ଦିବସ ଭାବେ ପାଳିତ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ବାରମ୍ବାର ମହାରାଷ୍ଟ୍ର ଗସ୍ତରେ ଆସୁଛନ୍ତି । ସେ ଯେବେ ବି ଆସନ୍ତି, ରାଜ୍ୟରୁ କିଛି ନା କିଛି ଗୁଜୁରାଟକୁ ନେଇ ଯାଆନ୍ତି । ମୁଁ ଭୟ କରୁଛି ଯେ ମୋଦୀଙ୍କ ମହାରାଷ୍ଟ୍ର ଗସ୍ତରେ ସିନ୍ଧୁଦୁର୍ଗର ଏକ ବୁଡାଜାହାଜ ପ୍ରକଳ୍ପ ଗୁଜୁରାଟ ଯାଇଥିଲା । ଆମକୁ ଏପରି ପ୍ରଧାନମନ୍ତ୍ରୀ ଆବଶ୍ୟକ କି ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ ।
ଆଗକୁ ନିର୍ବାଚନ ଥିବାରୁ କର୍ମୀଙ୍କୁ ଏକଜୁଟ ହୋଇ ରହିବାକୁ ନିବେଦନ କରି ଉଦ୍ଧବ କହିଛନ୍ତି ଯେ ଯେଉଁମାନେ ଆମକୁ ଅସୁବିଧାରେ ପକାଉଛନ୍ତି, ସେମାନଙ୍କୁ ଉଚିତ ଶିକ୍ଷା ଦିଆଯିବ । ପରବର୍ତ୍ତୀ ପୀଢି ଯେମିତି ସୋମାନଙ୍କ ନାମ ମଧ୍ୟ ମନେ ରଖିବେ ନାହିଁ । ଠାକରେ କହିଛନ୍ତି ଯେ ଅନ୍ୟମାନଙ୍କୁ ନିଜ ଦଳକୁ ଆଣିବାବେଳେ ବିଜେପି ନିଜର ପରିଚୟ ହରାଇଛି ଏବଂ ଦଳ ଯେଉଁଠାରେ ପୂର୍ବରୁ ଥିଲା ସେଠାରେ ହିଁ ଛିଡା ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories