www.samajalive.in
Saturday, December 6, 2025
23.1 C
Bhubaneswar

ଦାରିଙ୍ଗବାଡ଼ିରେ ପଥର ଖାଲରୁ ବାହାରୁଛି ଅନବରତ ଡିଜେଲ

ଦାରିଙ୍ଗବାଡ଼ି : ଆଶ୍ଚର୍ୟ୍ୟ ହେଲେ ମଧ୍ୟ ସତ୍ୟ ପଥର ଖାଲରୁ ବାହାରୁଛି ଅନବରତ ଡିଜେଲ । କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏକ ଚାଷ ଜମିରେ ଥିବା ପଥରଖୋଲ ମଧ୍ୟରୁ ସ୍ବତଃପ୍ରବୃତ୍ତ ପାଣି ସହ ଡିଜେଲ ବାହାରୁଛି । ଏହାକୁ ସଂଗ୍ରହ କରିବା ଲାଗି ଲୋକେ ବୋତଲ, ଜାର ଧରି ଭିଡ଼ ଲଗାଇଛନ୍ତି। ଡିଜେଲ ବାହାରୁଥିବା ସ୍ଥାନଠାରୁ ମାତ୍ର ୫ ଶହ ମିଟର ଦୂରରେ ଏକ ପେଟ୍ରୋଲ ଟାଙ୍କି ରହିଛି । ଉକ୍ତ ଟାଙ୍କିରୁ ଲିକେଜ୍‌ ହୋଇ ଡିଜେଲ ଆସୁଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ପେଟ୍ରୋଲ ଟାଙ୍କି ମାଲିକ ଅରୂପ କୁମାର ସାହୁ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତାଙ୍କ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ଠିକ୍‌ ରେକର୍ଡ଼ ରହିଛି।

ସୂଚନାଯୋଗ୍ୟ, ସକାଳେ ଲୋକେ ଉକ୍ତ ପଥରଖୋଲ ନିକଟରେ ରହିଥିବା ଏକ ଚୁଆକୁ ଗାଧୋଇବାକୁ ଯିବା ସମୟରେ ଡିଜେଲ ଗନ୍ଧ ଆସୁଥିବା ଜାଣି ପାରିଥିଲେ। ପରେ ଉକ୍ତ ପାଣିକୁ ଛାଣିବା ପରେ ସେଥିରୁ ଡିଜେଲ ବାହାରୁଥିବା ଜଣାପଡ଼ିଥିଲ। ଏହାକୁ ସଂଗ୍ରହ କରିବା ଲାଗି ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ଭିଡ଼କୁ ଦେଖି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି। ଅନ୍ୟ ପକ୍ଷରେ ଜମି ମାଲିକ ଦୈତାରୀ ପଡ୍ରା ପୂର୍ବରୁ ପକାଇଥିବା ଧାନତଳି ଏବେ ନଷ୍ଟ ହୋଇଯାଇଥିବା କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories