www.samajalive.in
Monday, December 15, 2025
26.1 C
Bhubaneswar

ଦନ୍ତେୱାଡା ନକ୍ସଲ ଆକ୍ରମଣ: ପ୍ରେସର ଆଇଡି ବିସ୍ଫୋରଣ ସହ ଗୁଳି ଚଳାଇଥିଲେ ନକ୍ସଲ

ଡେସ୍କ: ଦନ୍ତେୱାଡା ନକ୍ସଲ ଆକ୍ରମଣରେ ଆଜି ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏହି ଆକ୍ରମଣ ପାଇଁ ନକ୍ସଲମାନେ ପୂର୍ବରୁ ଯୋଜନା କରିଥିଲେ। ସର୍ଚ୍ଚ ଅପରେସନ ସାରି ଫେରିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ନକ୍ସଲ ମାନେ ରାସ୍ତାରେ ପ୍ରେସର ଇମ୍ପ୍ରୋଭାଇଜଡ଼ ଡିଭାଇସ ପୋତି ଦେଇଥିଲେ। ଯବାନ ମାନଙ୍କୁ ନେଇ ଯାଉଥିବା ବସ ସେହି ବାଟ ଦେଇ ଯିବା ସମୟରେ ନକ୍ସଲମାନେ ଦୂରରେ ରହି ବିସ୍ଫୋରଣ କରାଇଥିଲେ। କେବଳ ସେତିକି ନୁହେଁ, ମିଳିଥିବା ସୂଚନା ଅନୁଯାୟୀ ବିସ୍ଫୋରଣ ପରେ ନିକଟରେ ଲୁଚି ରହିଥିବା ନକ୍ସଲମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇ ଥିବା ଜଣାପଡିଛି।

ଏବେ ଘଟଣାସ୍ଥଳରେ ଛତିଶଗଡ଼ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ପହଂଚିଛନ୍ତି ଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି ଯେ ଏହି ଆକ୍ରମଣରେ କେଉଁ ପ୍ରକାର ବିସ୍ଫୋରକ ବ୍ୟବହାର କରାଯାଇଛି ଓ କେଉଁ ଉପାୟରେ କରାଯାଇଛି ତାହା ଜାଣିବା ପାଇଁ ଯେ କୌଣସି ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ସେଠାକୁ ଯାଇପାରନ୍ତି।

- Advertisement -

ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି – ଜୋଗା ସୋଡି, ମୁନ୍ନାରାମ କଡ଼ତି, ସନ୍ତୋଷ ତାମୋ, ଦୁଲଗି ମଣ୍ଡାବି, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରଟମ, ଜୟରାମ ପୋଡ଼ିୟାମ, ଜଗଦୀଶ କବାସୀ ଓ ଡ୍ରାଇଭରଙ୍କ ଧନୀରାମ ଯାଦବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories