www.samajalive.in
Saturday, December 6, 2025
26.1 C
Bhubaneswar

ବଦଳିବ ଦାମଙ୍କ ଆସନ

ଭୁବନେଶ୍ୱର : ପଞ୍ଚଦଶ ବିଧାନସଭାରେ ଚତୁର୍ଥ ଥର ପାଇଁ ବିଧାୟକ ଦାମୋଦର ରାଉତଙ୍କ ଆସନ ବଦଳିବ। ୨୦୧୪ ନିର୍ବାଚନରେ ପାରାଦ୍ୱୀପ ବିଧାନସଭା ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ବସୁଥିବା ଧାଡିର ତୃତୀୟ ଆସନରେ ବସୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପକୁମାର ଅମାତଙ୍କ ଆସନ ଥିଲା। ଶ୍ରୀ ଅମାତ ବାଚସ୍ପତି ହେବା ପରେ ଦାମଙ୍କ ଆସନ ବଦଳିଥିଲା। ତାଙ୍କୁୁ ମୁଖ୍ୟମନ୍ତ୍ରୀଙ୍କ ପାଖ ଆସନ ମିଳିଥିଲା। ଗତ ଡିସେମ୍ବର ମାସରେ ମନ୍ତ୍ରିପଦରୁ ବିଦା ହେବା ପରେ ତାଙ୍କୁ ଅନ୍ୟ ଆସନକୁ ପଠାଇ ଦିଆଯାଇଥିଲା। ଏବେ ବିଜେଡିରୁ ବହିଷ୍କୃତ ହେବା ପରେ ସେ ଅସଂଲଗ୍ନ (ଅନ୍‍ ଆଟାଚ୍‍ଡ) ବିଧାୟକ ରହିବେ। ଚଳିତ ମୌସୁମୀ ଅଧିବେଶନରେ ତାଙ୍କ ଆସନ ପୁନର୍ବାର ବଦଳିବ। ଆସନ୍ତା ସୋମବାର ବିଧାନସଭା ମୌସୁମୀ ଅଧିବେଶନର ପରବର୍ତ୍ତୀ ବୈଠକ ବସିବ। ସେହିଦିନ ଦାମଙ୍କୁ ନୂଆ ଆସନ ମିଳିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି।
ଦାମଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ବିଧାନସଭାକୁ ଅବଗତ କରାଯାଇଛି। ଏହି ଆଧାରରେ ସେ ଆଉ ବିଜେଡି ବିଧାୟକ ଭାବେ ଗଣା ହେବେ ନାହିଁ। ଦାମଙ୍କ ବହିଷ୍କାର ପରେ ଗୃହରେ ଦଳୀୟ ବିଧାୟକଙ୍କ ସଂଖ୍ୟା ୧୧୭କୁ ହ୍ରାସ ପାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories