www.samajalive.in
Saturday, December 6, 2025
14.1 C
Bhubaneswar

ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଅନୁସୂଚିତ ଜାତି ସଂରକ୍ଷଣ ସମିତି ଅଧ୍ୟକ୍ଷଙ୍କୁ ଆକ୍ରମଣ

ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ଦଳିତ ନେତାଙ୍କୁ ଆକ୍ରମଣ କରାଯାଇଛି। ରାଷ୍ଟ୍ରୀୟ ଅନୁସୂଚିତ ଜାତି ସଂରକ୍ଷଣ ସମିତି(ଏନଏସସିପିଏସ)ର ଅଧ୍ୟକ୍ଷ କେ. ସିସୈଲମ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଉଥିବାବେଳେ କେତେଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। କେତେଜଣ ବ୍ୟକ୍ତି ତାଙ୍କୁ ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ। ସିସୈଲମ ଭୟରେ ଦୌଡ଼ି ପଳାଉଥିବାବେଳେ ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରେ ତାଙ୍କୁ ବାହାରକୁ ଭିଡି ଆଣିବା ସହ ସର୍ବସମ୍ମୁଖରେ ମାଡ଼ ମାରିଥିଲେ।

ସୂଚନାଯୋଗ୍ୟ, ସିସୈଲମ ଗତ ସୋମବାର ତେଲେଙ୍ଗାନା ରାଜ୍ୟପାଳ ଇ. ନରସିଂହନଙ୍କୁ ଭେଟିଥିଲେ। ରାଜ୍ୟରେ ଏସସି/ଏସଟିଙ୍କ ପାଇଁ ସଂରକ୍ଷିତ ରହିଥିବା ସ୍କୁଲଗୁଡ଼ିକରେ ଗୁରୁକୁଳ ପାଠଶାଳା ବ୍ୟବସ୍ଥା କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ପରେ ସେ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ମାତ୍ର ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏ ନେଇ ସିସୈଲମ ପୁଲିସ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ଓସମାନିଆ ବିଶ୍ଵବିଦ୍ୟାଳୟର କେତେଜଣ ଛାତ୍ର ଏହି ଆକ୍ରମଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories