www.samajalive.in
Saturday, December 6, 2025
15.1 C
Bhubaneswar

ଅତାବିରା ଓକିଲ ସଂଘ ପକ୍ଷରୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଚାଷୀଙ୍କ ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ କେହି ବି ହେଉନା କାହିଁକି ହୃଦୟ ତରଳି ଯିବ । ତଥାପି ସରକାରଙ୍କ ଚେତା ଆସୁନି। ଚଳିତ ରବି ଫସଲରେ ନୂତନ କୃଷିନୀତିର ଅନୁକରଣରେ ଚାଷ କରାଯାଇଥିବାରୁ ତଥା ଆଧୁନିକ ବିଜ୍ଞାନ ପଦ୍ଧତିରେ ଚାଷ କରିବା ଦ୍ୱାରା ପ୍ରଚୁର ଧାନ ଉତ୍ପାଦନ ହୋଇଛି। କିନ୍ତୁ କରୋନା କଟକଣା ଯୋଗୁଁ ଶ୍ରମିକର ଅଭାବ, ଅସାମୟିକ କାଳବୈଶାଖୀର ବର୍ଷା ଓ ସରକାରଙ୍କ କୃଷିନୀତିରେ ଟୋକନର ଅବଧି ନିର୍ଦ୍ଧାରଣ ଆଦି ଯୋଗୁ ଅମଳ ଠିକ୍ ଭାବରେ ହୋଇପାରି ନାହିଁ କି ଅମଳ ହୋଇଥିବା ଧାନ ବିକ୍ରି ହୋଇପାରି ନାହିଁ। କେତେକ ଚାଷୀ ଧାନ ଅମଳ ପରେ ଟୋକନ ବାତିଲ ହେବା ଯୋଗୁ ଧାନ ବିକ୍ରି କରି ପାରି ନାହାନ୍ତି। ବର୍ଷାରେ ତାହା ଭିଜି ଯାଇ ଗଜା ମାରି ଆଉ ବିକ୍ରି ଯୋଗ୍ୟ ନ ହୋଇ ପଡ଼ି ରହିଛି। ଆଉ କେତେକ ଚାଷୀଙ୍କର ବିଲରେ ହିଁ ଧାନ ରହିଯାଏ ଆଉ ଅମଳ ବି କରି ପାରି ନାହାନ୍ତି। ସେହି ବିଲରେ ହିଁ ଗଜା ମାରି ଧାନ ନଷ୍ଟ ହୋଇ ଯାଇଛି। ଆଉ ଯେଉଁମାନେ ଅମଳ କରିଥିଲେ ମିଲର୍ଷ ଓ ବେପାରୀଙ୍କ ମଧୁଚନ୍ଦ୍ରିକାରେ ଫନ୍ଦି ହୋଇ ଧାନ ବିକ୍ରି କରି ପାରି ନାହାନ୍ତି ସେମାନଙ୍କ ସେହି ଧାନକୁ ରଖିବା ପାଇଁ ସୁରକ୍ଷିତ ସ୍ଥାନର ଅଭାବ ରହିଥିବାରୁ ସବୁ ନଷ୍ଟ ହୋଇ ବର୍ଷାରେ ଭିଜି ଯାଇ ବିକ୍ରି ଅଯୋଗ୍ୟ ହୋଇଛି। ତେଣୁ ଅତାବିରା ଅଞ୍ଚଳର ପ୍ରାୟ ୮୦ ପ୍ରତିଶତ ଚାଷୀ ଆଜି ସମସ୍ତ ଘେରରେ ରହିଛନ୍ତି। ଜିଲ୍ଲାର ପ୍ରତ୍ୟେକ ମିଲମାନେ ଚାଷୀଙ୍କଠାରୁ ଧାନର ଆର୍ଦ୍ରତା ଦର୍ଶାଇ ବସ୍ତା ପିଛା ୮/୧୦ କିଲୋ ଧାନ କାଟିବାରେ ଲାଗିଛନ୍ତି। ଯୋଗାଣ ବିଭାଗ କମିଶନର ଅମଳର ଦୁଇ ମାସ ପୂର୍ବରୁ ପ୍ରତ୍ୟେକ ଚାଷୀଙ୍କ ଧାନ ସୁଚାରୁ ରୂପେ କିଣା ଯିବାର ପ୍ରତିଶ୍ରୁତି ଦେବା ସତ୍ୱେ ଏଭଳି ଦୂରାବସ୍ଥା ଦେଖାଯିବା ପରିତାପର ବିଷୟ। ଏଣୁ ଏହି ଅଞ୍ଚଳର ଚାଷୀଙ୍କ ଦୁର୍ଦ୍ଦିନ ସମୟରେ ଅଟସ୍ବିର ଓକିଲ ସଂଘ ଚାଷୀଙ୍କ ଦରଦୀ ସାଜି ଆଜି ସଂଘର ସଭାପତି ଉନୀ ନାଏରଙ୍କ ନେତୃତ୍ୱରେ ଅତାବିରା ତହସିଲଦାରଙ୍କ ଜରିଆରେ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉଚ୍ଚସ୍ତରୀୟ କମିଟି ପଠାଇ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ଉଚିତ କ୍ଷତିପୂରଣ ଦେବାପାଇଁ ଦାବି କରିବା ସହ ବାତିଲ ହୋଇଥିବା ବିକ୍ରି ଟୋକନର ପୁନଃ ପ୍ରଚଳନ କରି ଚାଷୀଙ୍କ ଧାନ କିଣାଯାଇ ବୋଲି ସଂଘ ଦାବି ଜଣାଇଛି। ସଂଘର ସମ୍ପାଦକ ଅରବିନ୍ଦ ସୁସାରି, ବରିଷ୍ଠ ଆଇନଜିବୀ ବିରେନ୍ଦ୍ର ବାଙ୍କା, ରାକେଶ ପାଢ଼ୀ, ହୃଷୀକେଶ ବଘାର ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories