www.samajalive.in
Saturday, December 6, 2025
15.1 C
Bhubaneswar

ଟୋକନ ଅବଧି ବୃଦ୍ଧି ପାଇଁ ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶା ସରକାରଙ୍କ ଯୋଗାଣ ମନ୍ତ୍ରୀ ଓ ସଚିବଙ୍କ ସହ କୃଷକ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ଚାଷୀଙ୍କ ଟୋକନ ଓ ପଞ୍ଜିକରଣ ସମସ୍ୟାକୁ ନେଇ ଗତ ମାର୍ଚ୍ଚ ମାସରେ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ ଆଲୋଚନାର ଫଳାଫଳ ଏପ୍ରିଲ ପହିଲା ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ସେଥିରେ କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ ଏବଂ ସମସ୍ତ ଚାଷୀ ପଞ୍ଜିକରଣରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ଉଲ୍ଲେଖ ହୋଇଥିଲା । କିନ୍ତୁ ବର୍ତ୍ତମାନ ଧାନ କ୍ରୟ କେନ୍ଦ୍ର ଗୁଡ଼ିକ ଖୋଲିବା ୧୨ଦିନ ପରେ ବି ଟୋକନ ଅବ୍ୟବସ୍ଥାରେ ଚାଲିଛି। ଚାଷୀଙ୍କ ଟୋକନ ଅବଧିକୁ ସୀମିତ କରି ଦିଆଯାଇଛି । ଏବେ କରୋନା ମହାମାରୀ ଓ କାଳବୈଶାଖୀର ତାଣ୍ଡବ ଭଳି ପ୍ରତିକୂଳ ପରିସ୍ଥିତିରେ ଚାଷୀମାନଙ୍କ ଅମଳ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି। ଶ୍ରମିକର ବି ଅଭାବ ରହୁଛି। ଏହି ପରିପ୍ରେକ୍ଷୀରେ କୌଣସି ଚାଷୀ ଟୋକନ ସମୟ ଅବଧି ଭିତରେ ଧାନ ବିକ୍ରୟ କରିବାର ସମ୍ଭାବନା ରହୁନାହିଁ।ତେଣୁ ଟୋକନ ଅବଧି ସୀମିତ ନ ରଖି ଚାଷୀଙ୍କ ଧାନ ବିକ୍ରି ହେବା ପର୍ୟ୍ୟନ୍ତ ଟୋକନ ବଳବତ୍ତର ରହୁ ବୋଲି ସଂଘ ର ସମ୍ପାଦକ ଲୋକେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ତଥା ଆର୍ ଏମ୍ ସି ସମ୍ପାଦକଙ୍କ ଜରିଆରେ ଯୋଗାଣ କମିଶନର ଓ ମନ୍ତ୍ରୀଙ୍କୁ ସଂଘ ଦାବି ଜଣାଇଛି। ଅନ୍ୟଥା ଚାଷୀ ଧାନ ବିକ୍ରି କରିନପାରି ଅସନ୍ତୋଷ ହୁଏ ତେବେ ସେଥିପାଇଁ ସରକାର ଦାୟୀ ହେବେ ବୋଲି ସଂଘ ଚେତାବନୀ ଦେଇଛି । ସରକାରୀ କର୍ମଚାରୀମାନଙ୍କୁ ସରକାର କରୋନା ଯୋଦ୍ଧା ଭାବେ ମାନ୍ୟତା ଦେଇଥିବା ବେଳେ ଅନ୍ନ ଦାତାଙ୍କ ପ୍ରତି କାହିଁକି ବୈମାତୃକ ମନୋଭାବ ରଖିଛନ୍ତି ବୋଲି ସଂଘ ସରକାରଙ୍କ ନିକଟରେ ପ୍ରଶ୍ନ ରଖିଛି। ସମସ୍ତ ଲୋକଙ୍କ ମୁହଁରେ ଖାଦ୍ୟ ଦେଉଥିବା ଚାଷୀଙ୍କୁ କାହିଁକି ସରକାର ଅଣଦେଖା କରୁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ ସମୟରେ ବସନ୍ତ ବାରିକ, ହୃଷୀକେଶ ପ୍ରଧାନ, ଭିକାରୀ ଚରଣ ବାରିକ୍, ଶ୍ରିମନ୍ତ ବାରିକ ଓ ପଲଉ ମାଝୀ ପ୍ରମୁଖ ଚାଷୀ ନେତା ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories