www.samajalive.in
Saturday, December 6, 2025
16.1 C
Bhubaneswar

ଭୋଟ ଭାରତରୁ ନେଲେ, କିନ୍ତୁ ଟିକା ବିଦେଶ ପଠାଇଲେ: କେନ୍ଦ୍ରକୁ ଆପ୍‌ର କଡ଼ା ସମାଲୋଚନା

ନୂଆଦିଲ୍ଲୀ: କରୋନାର ୨ୟ ତରଙ୍ଗ ଯେତେବେଳେ ଭାରତରେ ଦ୍ରୁତଗତିରେ ମାଡ଼ିଲା ସେତେବେଳେ ଟିକାର ଚାହିଦା ଅଚାନକ ବୃଦ୍ଧି ପାଇଲା। ଏଭଳି ସ୍ଥିତିରେ ମେ ୧ରୁ ଭାରତରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବା ବେଳକୁ ବିଭିନ୍ନ ରାଜ୍ୟରେ ଟିକା ନ ଥିଲା। ଏହି ସମସ୍ୟା ପାଇଁ ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର କେନ୍ଦ୍ରକୁ କଡ଼ା ସମାଲୋଚନା କରିଛି। କେନ୍ଦ୍ର ସରକାର କାହିଁକି ବିଦେଶକୁ ଟିକା ପଠାଇଲେ ବୋଲି ଆପ୍‌ ପ୍ରଶ୍ନ କରିଛି।

ସୋମବାର ଆପ୍‌ ପକ୍ଷରୁ ଏକ ଟ୍ବିଟ୍‌ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଟ୍ବିଟ୍‌ରେ ଆପ୍‌ ପକ୍ଷରୁ ଲେଖାଯାଇଛି ଯେ, ମୋଦୀ ଭାରତର ଲୋକଙ୍କଠାରୁ ଭୋଟ ନେଲେ, କିନ୍ତୁ ଟିକା ବିଦେଶକୁ ପଠାଇଦେଲେ। ଟ୍ବିଟର ହ୍ୟାଣ୍ଡେଲରେ ଲେଖାଯାଇଛି, ନରେନ୍ଦ୍ର ମୋଦୀ ଭୋଟ କାହାଠାରୁ ନେଲେ ? ଏହାର ଉତ୍ତରରେ ଦିଆଯାଇଛି ତିରଙ୍ଗା ଚିହ୍ନ। ଏହା ପରେ ଲେଖାଯାଇଛି ନରେନ୍ଦ୍ର ମୋଦୀ ଟିକା କାହାକୁ ଦେଲେ ? ଏହାର ଉତ୍ତରରେ ଟିକା ପଠାଯାଇଥିବା ଦେଶଗୁଡ଼ିକର ଜାତୀୟ ପତାକା ସ୍ଥାନିତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories