www.samajalive.in
Monday, December 15, 2025
26.1 C
Bhubaneswar

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି, ଉପକୃତ ହେବେ ୪୯.୨ ଲକ୍ଷ କର୍ମଚାରୀ

ଡେସ୍କ: କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତା ୩% ମଞ୍ଜୁର କରିଛି। ନୂଆଦିଲ୍ଲୀରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହାଦ୍ୱାରା ପ୍ରାୟ ୪୯.୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୭ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ସେ କହିଛନ୍ତି ଯେ ଏହା ପିଛିଲା ଭାବେ ଚଳିତ ବର୍ଷ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ।

ବର୍ତ୍ତମାନର ୫୫% ମୂଳ ବେତନ ଓ ପେନସନ ଉପରେ ୩% ଅତିରିକ୍ତ ଆକାରରେ ବର୍ଦ୍ଧିତ ଡିଏ ଓ ଡିଆର ମିଳିବ। ଯାହାଫଳରେ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମୂଲ୍ୟବୃଦ୍ଧିର କ୍ଷତିପୂରଣ ପାଇପାରିବେ। ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟରେ ବୃଦ୍ଧି ହେତୁ ରାଜକୋଷ ଉପରେ ପ୍ରତିବର୍ଷ ୧୦୦୮୩.୯୬ କୋଟି ଟଙ୍କାର ମିଳିତ ବୋଝ ପଡ଼ିବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories