ବୌଦ୍ଧ : ଅଖିଳ ଭାରତୀୟ ମାରୱାଡି ଯୁବ ମଂଚ , ବୌଦ୍ଧ ଶାଖା ପକ୍ଷରୁ ରବିବାର ବୌଦ୍ଧ ଠାରେ ଏକ ସାଇକ୍ଳୋଥନ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି ଭାବେ ଯୋଗଦେଇ ସବୁଜ ପତକା ଦେଖାଇ ସାଇକ୍ଳୋଥନର ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ଓ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ପ୍ରଭାରୀ ଭି.ଏସ୍. ବୋକେନ ଯୋଗଦେଇଥିଲେ । ଏହି ସାଇକ୍ଳୋଥନ, ଅଗ୍ରୱାଲା ଭବନରୁ ଆରମ୍ଭ ହୋଇ ଆଇ.ଆର.ବି ଠାରେ ସମାପ୍ତ ହୋଇଥିଲା । ଆଇ.ଆର.ବି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡେଂଟ ଲକ୍ଷ୍ମୀଧର ମହାରଣା ଓ ଗୋପବନ୍ଧୁ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ସାଇକ୍ଳୋଥନ ରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଆଇ.ଆର.ବି ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Popular Categories



