ବାରିପଦା : ମୟୂରଭଞ୍ଜ ଜିଲା ପରିଷଦର ୧୫ଜଣ ସଦସ୍ୟ ଗତ ୨୭ ତାରିଖ ଦିନ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଘଟଣା ସମଗ୍ର ଓଡ଼ିଶାରେ ହଟଚମଟ ସୃଷ୍ଟି କରିବା ସହିତ ବିଜେପିକୁ ଚିନ୍ତାରେ ପକାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୫ଜଣ ବିଜେପିକୁ ଫେରିଥିବା ନେଇ ଆଜି ବିଜେପି ରାଜ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ଜିଲା ସଭାପତିଙ୍କ ଜରିଆରେ ଲିଖିତ ଭାବେ ଜଣାଇଥିବା ପ୍ରକାଶ। ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ଟଙ୍କାର ପ୍ରଲୋଭନ ଏବଂ ଧମକ ଭୟରେ ବିଜେପିରୁ ଇସ୍ତଫା ଦେଇଥିଲେ ବୋଲି ଏହି ୫ଜଣଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପିକୁ ଫେରିଥିବା ୫ଜଣ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ୨୨ନଂ ଜୋନର ଅସିନ୍ତାମଣି ସିଂ (ବଡ଼ସାହି), ୨୪ନଂ ଜୋନର ମଧୁସ୍ମିତା ପରିଡ଼ା (ବଡ଼ସାହି), ୩୩ନଂ ଜୋନର ନାନିକା ନାଏକ (ବିଶୋଇ), ୪୨ନଂ ଜୋନର ଗାନ୍ଧାରୀ ନାଏକ (ଯଶିପୁର) ଏବଂ ୪୪ନଂ ଜୋନର ପରମେଶ୍ୱର ନାଏକ (ରରୁଆଁ) ରହିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଠାରୁ ପ୍ରକାଶ।
Popular Categories



