www.samajalive.in
Friday, December 12, 2025
27.1 C
Bhubaneswar

ଅବକାରୀ ନୀତିର ନିୟନ୍ତ୍ରକ ସାଜିଛନ୍ତି ମଦ ବ୍ୟବସାୟୀ

ଗୁଣପୁର : ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗର କଳା କାରନାମାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ରାଜସ୍ବ ଠକେଇ ଠାରୁ ଆରମ୍ଭ କରି ଜାଲ୍‍ ନଥିପତ୍ର ପ୍ରସ୍ତୁତ କରି ଜିଲ୍ଲାରେ ଏକାଧିକ ଠିପିଖୋଲା ମଦ ଦୋକାନ ଖୋଲିବା ଓ ଏଥିପାଇଁ ଅପରାଧ ଘଟାଇବା ଭଳି କାଣ୍ଡ ମଧ୍ୟ ଘଟିଥିବା ଅଭିଯୋଗ  ହୋଇଛି । ରାୟଗଡ଼ାରୁ ରାଜଧାନୀ ଯାଏଁ ଲମ୍ବିଥିବା ଏହି କେଳେଙ୍କାରୀ ପଛରେ ରହିଥିବା ମଦ ବ୍ୟବସାୟୀ ହରି ମହାନ୍ତିଙ୍କୁ ନେଇ ସମସ୍ତେ ଚିନ୍ତିତ । ସାମାନ୍ୟ ଜଣେ ମଦ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ପୁରା ଅବକାରୀ ବିଭାଗ କିପରି ପରିଚାଳିତ ହେଉଥିଲା, ନିଜ ଇଛା ମୁତାବକ ଅଫିସରଙ୍କୁ ଏହି ମଦ ବ୍ୟବସାୟୀ କିଭଳି ବଦଳି କରି ଆଣି ପାରୁଥିଲା ତାହା ଏବେ ପଦାକୁ ଆସିଛି । ଅବକାରୀ ବିଭାଗର ନିଲମ୍ବିତ କନେଷ୍ଟବଲ ଶୁସାନ୍ତ ପାତ୍ରଙ୍କ ସ୍ତ୍ରୀ ପ୍ରଜ୍ଞା ପରିମିତା ଶାହାସିକତାର ସହ ସବୁ ଅଭିଯୋଗ ଗଣମାଧ୍ୟମ ସାମ୍ନାରେ ରଖିବା ପରେ ବିଭାଗର ସବୁ କଳା କାରନାମା ଧରା ପଡ଼ିଛି । ମିଳିଥିବା ସୂଚନା ମୁତାବକ ରାୟଗଡ଼ା ବିଦ୍ୟାନଗର ସ୍ଥିତ ମଦ ବ୍ୟବସାୟୀ ହରିଙ୍କ ଏକ ଘରେ ଚାଲୁଥିବା ଅବକାରୀ ବିଭାଗର ଅସ୍ଥାୟୀ କାର୍ଯ୍ୟାଳୟ । ସେଇଠୁ ହେଉଥିଲା ସବୁ ନିୟନ୍ତ୍ରଣ । କେଉଁ ଅଧିକାରୀଙ୍କୁ କିଭଳି ନିୟନ୍ତ୍ରଣ କରାଯିବ, କଥା ନସୁଣିଲେ ମନ୍ତ୍ରୀ ବିଧାୟକ ମାନଙ୍କ ଚିଠି ବ୍ୟବହାର କରି ବଦଳି କେମିତି କରାଯିବ, ରାଜଧାନୀ ଲୋକସେବା ଭବନରେ କିଭଳି କାମ ହେବ ସେସବୁର ଯୋଜନା ପ୍ରସ୍ତୁତ ହେଉଥିଲା ବିଦ୍ୟା ନଗରରୁ। ଏମିତିକି କେତେକ ପରିସ୍ଥିତିରେ ହତ୍ୟା କରିବା ପାଇଁ ଷଡଜଯନ୍ତ୍ର ମଧ୍ୟ ଏଇଠୁ ହେଉଥିବା ପ୍ରଜ୍ଞା ଅଭିଯୋଗ ଉଠାଇଛନ୍ତି। ଏହି ବ୍ୟବସାୟୀଙ୍କ ବିନା ଅନୁମତିରେ ଅବକାରୀ ବିଭାଗରେ ପତ୍ରଟିଏ ହଲୁ ନଥିଲା। ପୁର୍ବତନ ଅବକାରୀ ଅଧିକ୍ଷକ ତଥା ବର୍ତ୍ତମାନର ବିଭାଗୀୟ କମିସନରଙ୍କ ଓଏସଡି ପ୍ରଶନ୍ନ ଆଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଏବେକାର ଅଧିକ୍ଷକ ପ୍ରଶନ୍ନ ନାୟକ ମଧ୍ୟ ହରିଙ୍କ କଥାରେ କିଭଳି ପରିଚାଳିତ ହେଉଥିଲେ ସେ ତାର ଗୁମର ମଧ୍ୟ ଖୋଲିଛନ୍ତି।  ବିଭାଗୀୟ ଜଣେ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ପଛରେ କିଭଳି ହରି ପ୍ରଚ୍ଛଦ ପଟରେ ରହି ଯୋଜନା କରୁଥିଲେ ତାହାମଧ୍ୟ କହିଛନ୍ତି।

ନିକଟରେ ଗୁଣପୁରର ଏକ ହୋଟେଲରେ ଅବକାରୀ ଅଧିକାରୀଙ୍କୁ ଅର୍ଥ ନେଣଦେଣ ସମ୍ପର୍କରେ ଭିଡିଓ ଭାଇରଲ ହେବାପରେ ଏହି ବ୍ୟବସାୟୀଙ୍କ ଅସଲ ମୁଖା ଖୋଲିଥିଲା । ତାପରେ ଏବେ ପ୍ରଜ୍ଞାଙ୍କ ଅଭିଯୋଗ କ୍ରମେ ସବୁ ଅନୀତି ବେଆଇନ କାର୍ଯ୍ୟରେ ମୁଳରେ ଏହି ମଦ ବ୍ୟବସାୟୀ ହରି ହିଁ ରହିଛନ୍ତି ବୋଲି ଷ୍ପଷ୍ଟ ହେଉଛି। ସବୁବେଳେ ନେତା ମନ୍ତ୍ରୀଙ୍କ ନିଜଲୋକ ଭାବେ ରାଜନୀତିର ଛତ୍ରଛାୟା ତଳେ ରହି ସେ ଅବକାରୀ ବିଭାଗରେ କିଭଳି ନିଜ ମନମାନି ଚଳାଇ ଆସୁଥିଲେ  ତାହା ଜଣାପଡ଼ିଛି । ହରିଙ୍କ ପାଇଁ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଅସହାୟ ଅନୁଭବ କରୁଥିଲେ। ଗୁଣପରରେ ଏକ ଠିପିଖୋଲା ମଦ ଦୋକାନକୁ ନିକଟରେ ଅତି ଗୋପନୀୟ ଭାବେ ଫର୍ମ ଏ ନୋଟିସ ବାହାର କରି ଏକମାସ ମଧ୍ୟରେ ଖୋଲି ଦେବାରେ ସେ ସଫଳ ହୋଇଥିଲେ। ଯାହାର ନଥିପତ୍ର ପୁରା ଜାଲିଆତି ହୋଇଥିବା ଅଭିଯୋଗ ଉଠିଛି । ସେହିପରି ଏବେ ଟିକିରି ଓ ରାୟଗଡ଼ା ସହରରେ ମଧ୍ୟ ହରି ଆଉ ଦୁଇଟି ଠିପିଖୋଲା ମଦ ଦୋକାନ ଖୋଲିବା ପାଇଁ ସେହି ଚଞ୍ଚକତା ନିତି ଆପଣାଉଥିବା ଜଣାପଡ଼ିଛି । ଯାହାକୁ ବିଭିନ୍ନ ମହଲରେ ବିରୋଧ ହୋଇଛି । ଗତ ୩୦ ବର୍ଷ ଧରି ସେ ଏଭଳି ଜିଲ୍ଲାରେ ମଦ ବ୍ୟବସାୟ କ୍ଷେତ୍ରରେ ନିଜର ଅରାଜକତା ଚଳାଇ ଆସିଥିବା ବେଳେ ଏବେ ତାଙ୍କ ବିରୋଧରେ କୁଢ କୁଢ ଅଭିଯୋଗ ପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାର କଥା। ତେବେ ବ୍ୟାପକ ଅର୍ଥ କାରବାର କରି ବେଆଇନ କାର୍ଯ୍ୟ କରିବା, ହତ୍ୟା ଷଡଯନ୍ତ୍ରରେ ଲିପ୍ତଥିବା ଓ କୋଟି କୋଟି ଟଙ୍କାର ରାଜସ୍ବ ଠକେଇ କରିଥିବା ଏହି ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ବିଭାଗୀୟ ସ୍ତରରେ ସ୍ୱଛତା ଆଣିବା ସହ କର୍ମଚାରୀ ମାନଙ୍କୁ କାମ କରିବା ଦିଗରେ ଭଲ ବାତାବରଣ ଆଣିବା ଦିଗରେ ବିଭାଗୀୟ କମିସନର କାର୍ଯ୍ୟ କରନ୍ତୁ ବୋଲି ଅନେକ ମତ ଦେଇଛନ୍ତି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories