www.samajalive.in
Saturday, December 6, 2025
14.1 C
Bhubaneswar

‘ମିଗଜୋମ’ ପ୍ରଭାବ ; ତାମିଲନାଡୁ, ପୁଡୁଚେରୀରେ ୮ ମୃତ

ଚେନ୍ନାଇ : ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମିଗଜୋମ’ ସ୍ଥଳଭାଗ ଛୁଇଁଲା। ମଙ୍ଗଳବାର ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ୍‌‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଦନ୍ଧିଣ ଆନ୍ଧ୍ରର ବାପାଟ୍‌‌ଲାରେ ଏହା ସ୍ଥଳଭାଗ ସ୍ପର୍ଶ କରିଛି।
ଏହା ପ୍ରଭାବ ଦକ୍ଷିଣ ଏବଂ ଉତ୍ତର ଭାରତର ଅନେକ ରାଜ୍ୟରେ ପୂର୍ବରୁ ଦେଖାଯାଇ ସାରିଛି। ବିଶେଷ କରି ତାମିଲନାଡୁ ଏବଂ ପୁଡୁଚେରୀ ଅଧିକ ପ୍ରଭାବିତ ହୋଇଛି। ଏଠାରେ ପ୍ରବଳ ବର୍ଷା ପରେ ବିଭିନ୍ନ କାରଣରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସମ୍ପତ୍ତିର କ୍ଷୟକ୍ଷତି ହୋଇଛି। ମଙ୍ଗଳବାର ସକାଳ ୮ଟା୩୦ ପର୍ଯ୍ୟନ୍ତ ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।
ତାମିଲନାଡୁର ଚେନ୍ନାଇରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ମଙ୍ଗଳବାର କମ୍ ବର୍ଷା ପରେ ମଧ୍ୟ ଅନେକ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପ୍ରବେଶ କରିଥିଲା। ଏହା ସହ ଜଡିତ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories