www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟ ଜିଏସ୍‌ଟି ବିଭାଗ ପକ୍ଷରୁ ଧାମନଗରରେ ଚଢ଼ାଉ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ହବିବନଗର ରେହମତ ଖାଁଙ୍କ ନାମରେ ବିଭିନ୍ନ ସମୟରେ ଜିଏସ୍‌ଟି ଫାଙ୍କିବା ଅଭିଯୋଗ ହୋଇଆସୁଥିଲା। ତେବେ ମଙ୍ଗଳବାର ରେହମତ୍ ଖାଁଙ୍କ ଘର ସମେତ ଦୋକାନ ଓ ମାଲ ଗୋଦାମ ଗୃହ ଉପରେ କମର୍ସିଆଲ ଆଣ୍ଡ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ ଚାଲିଛି। ରାଜ୍ୟ କମର୍ସିଆଲ ଆଣ୍ଡ ଟ୍ୟାକ୍ସ ଓ ଜିଏସ୍‌ଟି ବିଭାଗର ୧୨ ଜଣିଆ ଟିମ ସମେତ ୮ ଜଣ ପୁଲିସ କର୍ମଚାରୀ ଏହି ଚଢାଉରେ ସାମିଲ ଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଧାମନଗରର ରେହମତ ଖାଁଙ୍କର ଗ୍ରୋସରୀ ବିଜନେସ ରହିଛି। ତେବେ ରେହମତ୍ ଟ୍ରକ ଟ୍ରକ ସାମଗ୍ରୀ ମଗାଇ ଲକ୍ଷ ଲକ୍ଷ ଟଙ୍କା ଜିଏସ୍‌ଟି ଫାଙ୍କିଥିବା ଅଭିଯୋଗ ହେଉଥିଲା। ତେବେ ତାଙ୍କର ଶତାଧିକ ମାଲ ଗୋଦାମ ରାହିଥିବା ବେଳେ ଆଜି ଜିଏସ୍‌ଟି ବିଭାଗ ପକ୍ଷରୁ ଘର ସମେତ ୩ରୁ ୪ଟି ମାଲ ଗୋଦାମ ଉପରେ ଚଢାଉ କରୁଥିବା ବେଳେ ଅନ୍ୟ ଗୋଦାମ ଗୃହର ଟେର ପାଉନାହିଁ ଜିଏସ୍‌ଟି ବିଭାଗ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories