www.samajalive.in
Saturday, December 6, 2025
23.1 C
Bhubaneswar

ବାତ୍ୟା ‘ମିଗ୍‌‌ଜୋମ୍‌‌’ ପ୍ରଭାବ ; ପବନ କମ୍‌‌, ପ୍ରବଳ ବର୍ଷିବ

ଭୁବନେଶ୍ୱର : ବାତ୍ୟା ମିଗ୍‌‌ଜୋମ୍‌‌ର ବିଶେଷ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। ଏନେଇ ସୋମବାର ଆଇଏମ୍‌‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି। ବାତ୍ୟା ମିଗଜୋମ୍‌‌ ଡିସେମ୍ବର ୫ରେ ଆନ୍ଧ୍ର ବାପାଟ୍‌‌ଲାରେ ଉପକୂଳ ଛୁଇଁବ। ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ। ଦକ୍ଷିଣ ଓଡିଶାରେ ଏହା ପହଞ୍ଚିଲା ବେଳକୁ ଦୁର୍ବଳ ହୋଇସାରିଥିବ। ଫଳରେ ଦକ୍ଷିଣ,ଆଭ୍ୟନ୍ତର ଓଡିଶାରେ ପବନ କମ୍‌‌ ମାତ୍ର ପ୍ରବଳ ବର୍ଷା ହେବ। ୪ ତାରିଖ ରାତିରୁ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ। ୫ରୁ ବର୍ଷା ବଢିବା ସହ ୫ରେ କିଛି ସ୍ଥାନରେ ଓ ୬ ତାରିଖରେ ପ୍ରବଳ ବର୍ଷା ହେବ। ମାତ୍ର ପବନ ଅଧିକ ହେବ ନାହିଁ। ଓଡିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିପାରେ। ବର୍ଷା ଓ ପବନ ଯୋଗୁଁ ପାଚିଲା ଧାନ ଓ ପରିବା ନଷ୍ଟ ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନେ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories