www.samajalive.in
Saturday, December 13, 2025
26.1 C
Bhubaneswar

ବାତ୍ୟା ପାଇଁ ୩ ଦିନ ବନ୍ଦ ରହିବ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଦାନା’ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲା ଗୁଡିକର ବିଶ୍ବବିଦ୍ୟାଳୟ, ଘରୋଇ ବିଶ୍ବବିଦ୍ୟାଳୟ, ସରକାରୀ ଡିଗ୍ରୀ ମହାବିଦ୍ୟାଳୟ, ଘରୋଇ ମହାବିଦ୍ୟାଳୟ ଏବଂ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି। ଆଜିଠାରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା କରାଯାଇଥିବା ମଙ୍ଗଳବାର ବିଶ୍ବବିଦ୍ୟାଳୟର ସ୍ନାତକତ୍ତୋର ପରିଷଦ ଅଧ୍ୟକ୍ଷ ଏବଂ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଅବଗତ କରିଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲାରେ ଥିବା ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ୧୪ଟି ଜିଲାର ଡିଗ୍ରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକ ୩ଦିନ ପାଇଁ ଛୁଟି ଘୋଷଣା କରିଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସ୍‌ଆରସି) ଦେଓରଞ୍ଜନ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିଭଳି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ୧୪ଜିଲାର ବୃତ୍ତିଗତ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଏହି ଅବଧି ଭିତରେ ବନ୍ଦ ରହିବ। ଏନେଇ ବିଭାଗ ପକ୍ଷରୁ ବିପିୟୁଟି, ଓୟୁଟିଆର, ଡିଟିଇ ଆଣ୍ଡ ଟି କଟକ, ଆଜିଆଇଟି ସାରଙ୍ଗ, ବିପିଏଫଟିଆଇଓ କଟକ ନିର୍ଦେଶକ, ପିଏମଇସି ବ୍ରହ୍ମପୁର, ଜିସିଇ କେନ୍ଦୁଝର, ଆଇଏମଆଇଟି କଟକ, ସିଆଇଏମଇ ଭୁବନେଶ୍ବର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ବୃତ୍ତିଗତ ବୈଷୟିକ ଶିକ୍ଷାନୁଷ୍ଠାନ, ପଲିଟେକନିକ୍ ଏବଂ ଆଇଟିଆଇ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories