www.samajalive.in
Saturday, December 6, 2025
14.1 C
Bhubaneswar

ସ୍ମାର୍ଟ ସିଟିରେ ସ୍ମାର୍ଟ ସାଇକେଲ

ଭୁବନେଶ୍ୱର : ପ୍ରଦୂଷଣ ମୁକ୍ତ ସହର ତଥା ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ସ୍ମାର୍ଟ ସିଟିର ଲିମିଟେଡ଼ (ବିଏସସିଏଲ) ପକ୍ଷରୁ ରାଜଧାନୀରେ ପବ୍ଲିକ ବାଇସାଇକେଲ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାଳୟରେ ୨୦୦୦ ସାଇକେଲ ଗଡ଼ିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସାଇକେଲ’ ପ୍ରକଳ୍ପକୁ ଉଦଘାଟନ କରିବେ। ଏହି ସାଇକେଲ ଜିପିଏସ ବ୍ୟବସ୍ଥାରେ ଚାଲିବାକୁ ଥିବା ବେଳେ ଅନଲାଇନରେ ବୁକିଂ ବ୍ୟବସ୍ଥା ରହିଛି। ଗଡ଼ିବାକୁ ଥିବା ୨୦୦୦ ସାଇକେଲରୁ ହେକ୍ସି ବାଇକ ୧୦୦୦ଟି ହିରୋ ସାଇକେଲ ଯୋଗାଇବାକୁ ଥିବା ବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ ଟି ଲେଖାଏଁ ସାଇକେଲ ଯୋଗାଇଛନ୍ତି।
ଏହି ସାଇକେଲରେ ମୋବାଇଲ ବ୍ୟବହାର ଭଳି ଏକ ସିମ କାର୍ଡ଼ ରହିବ। ଯାହା ମାଧ୍ୟମରେ ଇଣ୍ଟରନେଟ କନେକ୍ସନ କରିହେବ। ଜିପିଆରଏସ ଓ ଜିପିଏସ ସଂଯୋଗୀକୃତ ଆପ ମାଧ୍ୟମରେ ଏହା ସାଇକେଲର ଗତିବିଧିକୁ ସହଜରେ ଠାବ କରି ହେବ। ପ୍ରତ୍ୟେକ ସାଇକେଲରେ ଏକ ସ୍ୱତନ୍ତ୍ର କୋଡ଼ ନମ୍ବର ରହିବ। ବ୍ଲୁଟୁଥ ସୁବିଧା ଫଳରେ ଯାତ୍ରୀଙ୍କୁ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ତୁରନ୍ତ ସୂଚନା ମିଳିପାରିବ। ଏହାକୁ ଚଳାଇବାର ସୁଯୋଗ ପଥଚାରୀଙ୍କୁ ସୁଲଭ ମୂଲ୍ୟରେ ମିଳିବ। ଏହି ସାଇକେଲକୁ ବ୍ୟବହାର କରିବା ପାଇଁ ୩୦ ମିନିଟକୁ ମାତ୍ର ୫ଟଙ୍କା ଦେୟ ଦେବାକୁ ପଡ଼ିବ।
ସୂଚନା ଅନୁଯାୟୀ , ପ୍ରତି ବସ ଷ୍ଟପେଜରେ ଏହି ସୁବିଧା ମିଳିବ। ଏହାର ସ୍ପୋର୍ଟି ଲୁକ ସହ ଅତ୍ୟାଧୁନିକ ବ୍ୟବସ୍ଥା ମିଳିବ। ଏହା ସାଇକେଲ ଚଲାଇବାର ନୂଆ ଅନୁଭବ ପ୍ରଦାନ କରିବ। ପରିବେଶ ପାଇଁ ଅନୁକୁଳ, ଜ୍ଞାନ କୌଶଳ, ବ୍ୟବହାର ସହଜସାଧ୍ୟ, ସୁଲଭ ମୂଲ୍ୟ ଭଳି ଏହାର ସ୍ୱତନ୍ତ୍ରତା ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରିବ ବୋଲି ଅନୁମାନ କରାଯାଉଛି। ଏହି ସାଇକେଲକୁ ବ୍ୟବହାର କରିବା ପାଇଁ ମାସିକିଆ ସ୍ୱାକ୍ଷର କର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବାର ଯୋଜନା ରହିଛି। ରାଜଧାନୀର ପ୍ରତି ବସ ଷ୍ଟାଣ୍ଡ ସ୍ଥଳରେ ୨୦ଟି ଲେଖାଏଁ ସାଇକେଲ ରହିବା ସହ ୫୦ଟି ବସ ଷ୍ଟପରେ ଏହି ସୁବିଧା ଉପଲବ୍ଧ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories