ବୌଦ୍ଧରେ ଗଡିଲା ସାଇବର ସୁରକ୍ଷା ଅଭିଯାନ ରଥ
ବୌଦ୍ଧ : ବୌଦ୍ଧ ଜିଲାରେ ସାଇବର ଅପରାଧକୁ ରୋକାଯିବା ପାଇଁ ସୋମବାର ଠାରୁ ସାଇବର ସୁରକ୍ଷା ଅଭିଯାନ ରଥ ଶୁଭାରମ୍ଭ ହୋଇଛି । ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଅଧକ୍ଷତାରେ ସହରର ମର୍ଯ୍ୟାକୁଦ ବ୍ରିଜ ଛକଠାରେ ଏକ ସଭା କରି ଏହି ରଥର ଶୁଭାରମ୍ଭ କରାଯାଇଥିଲା। ଏହି ସଭାରେ ଅତିଥିଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ, ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର ଯୋଗ ଦେଇଥିଲେ। ଏହି ସଚେତନତା ରଥ ଜିଲାର ବିଭିନ୍ନ ଜନଗହଳି ସ୍ଥାନ, ଶିକ୍ଷାନୁଷ୍ଠାନ, ସମସ୍ତ ବ୍ଳକ ଅଞ୍ଚଳରେ ବୁଲି ସଚେତନତା ସୃଷ୍ଟି କରିବ । ଏହା ସହ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମଧ୍ୟ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଲୋକମାନେ ସଚେତନ ରହିଲେ ସାଇବର କ୍ରାଇମକୁ ରୋକାଯାଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ରଥର ଶୁଭାରମ୍ଭ ସମୟରେ ସହରର ବୁଦ୍ଧିଜୀବୀ, ସାଧାରଣ ଜନତା ଓ ଜିଲା ପୋଲିସର ଅଧିକାରୀ ମାନେ ଉପସ୍ଥିତ ଥିଲେ।
Comments are closed.