www.samajalive.in
Saturday, December 6, 2025
19.1 C
Bhubaneswar

କ୍ରିକେଟ ବିଶ୍ବକପ୍ : ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ମୁକାବିଲା, ଟସ୍ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ବର୍ମିଂହାମ୍ : କ୍ରିକେଟ ବିଶ୍ବକପ ୨୦୧୯ର ୩୩ ତମ ମ୍ୟାଚ୍ ଇଂଲଣ୍ଡର ବର୍ମିଂହାମରେ ବୁଧବାର ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିୟମସନ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲିଗ୍ ପର୍ଯ୍ୟାୟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍। ସେମିଫାଇନାଲ ଖେଳିବା ଆଶା ବଜାୟ ରଖିବା ପାଇଁ ପାକିସ୍ତାନକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ସେମିଫାଇନାଲରେ ପ୍ରାୟ ପହଞ୍ଚି ସାରିଥିବା ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ତା’ର ସ୍ଥିତିକୁ ଆହୁରି ମଜ୍‌ଭୁତ କରିବାକୁ ଚାହିଁବ। ଭାରତ ପରେ ନ୍ୟୁଜିଲାଣ୍ଡ ହେଉଛି ଏପରି ଦଳ; ଯାହା ଅଦ୍ୟାବଧି କୌଣସି ମ୍ୟାଚ୍ ହାରିନାହିଁ। ତେଣୁ ନ୍ୟୁଜିଲାଣ୍ଡ ତା’ର ଏହି ବିଜୟଧାରା ଅବ୍ୟାହତ ରଖିବା ସହ ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିବାର ପ୍ରୟାସ କରିବ। ପାକିସ୍ତାନ ଅଦ୍ୟାବଧି ୬ଟି ମ୍ୟାଚ୍‌ରୁ ୨ଟି ବିଜୟ ସହ ୫ ପଏଣ୍ଟ ପାଇ ଟେବୁଲର ୭ମ ସ୍ଥାନରେ ରହିଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ପରାସ୍ତକରି ଏବେ ଦୃଢ଼ ମନୋବଳ ହାସଲ କରିଛି ପାକିସ୍ତାନ। ତେଣୁ ଏହା ମଧ୍ୟ ବିଜୟଧାରା ବଜାୟ ରଖିବାକୁ ଚାହିଁବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories