www.samajalive.in
Saturday, December 6, 2025
26.1 C
Bhubaneswar

ୟୁଏନଏସ୍‍ସି ଅସ୍ଥାୟୀ ସଦସ୍ୟତା ମାମଲା; ଭାରତକୁ ମିଳିଲା ୫୫ ଦେଶଙ୍କ ସହ ପାକିସ୍ତାନର ସମର୍ଥନ

ୱାଶିଂଟନ : ମିଳିତ ଜାତିସଂଘରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଏସିଆ-ପାସିଫିକ ଗୋଷ୍ଠୀର ୨୦୨୧-୨୦୨୨ରେ ୨ ବର୍ଷର ଅସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ୫୫ ଦେଶଙ୍କ ସମେତ ପାକିସ୍ତାନ ସମର୍ଥନ କରିଛି।
ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୨୦୨୧-୨୦୨୨ର କାର୍ଯ୍ୟକାଳ ଲାଗି ୫ଟି ଅସ୍ଥାୟୀ ସଦସ୍ୟ ପାଇଁ ଆସନ୍ତା ବର୍ଷ ଜୁନରେ ନିର୍ବାଚନ ହେବ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଅକବରୁଦ୍ଦିନ ଟ୍ୱିଟ୍‍ କରି କହିଛନ୍ତି ଯେ ଏସିଆ-ପାସିଫିକ ଗୋଷ୍ଠୀରେ ୟୁଏନଏସସିର ଅସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ସର୍ବସମ୍ମତିରେ ସମର୍ଥନ ମିଳିଛି। ସମର୍ଥନ ପାଇଁ ସେ ସମସ୍ତ ୫୫ ରାଷ୍ଟ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଭାରତର ସଦସ୍ୟତାକୁ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚୀନ, ଇଣ୍ଡୋନେସିଆ, ଇରାନ, ଜାପାନ, କୁଏତ, କିର୍ଗିଜସ୍ତାନ, ମାଲେସିଆ, ମାଲଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ, କ୍ୱାତର, ସାଉଦି ଆରବ, ସିରିଆ, ତୁର୍କୀ, ୟୁଏଇ ଏବଂ ଭିଏତନାମ ସମର୍ଥନ ଜଣାଇଛନ୍ତି।
ପ୍ରକାଶ ଯେ ମିଳିତ ଜାତିସଂଘ ସାଧାରଣ ପରିଷଦରେ ୧୯୩ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି। ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତିବର୍ଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ନିମନ୍ତେ ୫ଟି ଅସ୍ଥାୟୀ ସଦସ୍ୟଙ୍କୁ ନିର୍ବାଚିତ କରିଥାନ୍ତି। ଏହି ଅସ୍ଥାୟୀ ସଦସ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଥାଏ। ସୁରକ୍ଷା ପରିଷଦରେ ୫ ସ୍ଥାୟୀ ସଦସ୍ୟ ଭାବେ ଚୀନ, ଫ୍ରାନ୍ସ, ରୁଷ, ବ୍ରିଟେନ ଓ ଆମେରିକାଥିବା ବେଳେ ୧୦ ଅସ୍ଥାୟୀ ସଦସ୍ୟ ଆସନ ଆଞ୍ଚଳିକ ଆଧାରରେ ଆବଣ୍ଟନ କରାଯାଇଛି। ଏହି କ୍ରମରେ ୫ଟି ଆସନ ଆଫ୍ରିକା ଏବଂ ଏସୀୟ ରାଷ୍ଟ୍ର, ଗୋଟିଏ ଆସନ ପୂର୍ବ ୟୁରୋପୀୟ ରାଷ୍ଟ୍ର, ୨ଟି ଆସନ ଲାଟିନ ବା ଦକ୍ଷିଣ ଆମେରିକା ଏବଂ କାରେବିୟାନ ରାଷ୍ଟ୍ରଙ୍କୁ, ୨ଟି ଆସନ ପଶ୍ଚିମ ୟୁରୋପୀୟ ରାଷ୍ଟ୍ର ଏବଂ ଅନ୍ୟ ରାଷ୍ଟ୍ରଙ୍କ ପାଇଁ ରହିଛି। ଏହା ପୂର୍ବରୁ ଭାରତ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୨୯୭୭-୭୮, ୧୯୮୪-୮୫, ୧୯୯୧-୯୨, ୨୦୧୧-୨୦୧୨ରେ ୟୁଏନଏସ୍‍ସିର ଅସ୍ଥାୟୀ ସଦସ୍ୟ ରହିଥିଲା। ଏବେ ୧୦ ଅସ୍ଥାୟୀ ସଦସ୍ୟ ଭାବେ ବେଲଜିୟମ, କୋଟେ ଡି ଆଇଭର, ଡୋମିନିକାନ ଗଣତନ୍ତ୍ର, ଇକ୍ୱାଡୋର ଗୁନିୟା, ଜର୍ମାନୀ, ଇଣ୍ଡୋନେସିଆ, ପେରୁ, କୁଏତ, ପୋଲାଣ୍ଡ ଏବଂ ଦକ୍ଷିଣା ଆଫ୍ରିକା ଅଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories