www.samajalive.in
Monday, December 8, 2025
27.1 C
Bhubaneswar

ଧବଳେଶ୍ବରରେ ବଡ଼ ଓଷା: ଶୃଙ୍ଖଳିତ ଓ ଧାଡ଼ି ଦର୍ଶନକୁ ଗୁରୁତ୍ବ

କଟକ: ଧର୍ମମାସ କାର୍ତ୍ତିକ ମାସର ଶେଷ ସୋମବାର। ମହା କାର୍ତ୍ତିକ ମାସର ଶେଷ ପର୍ଯ୍ୟାୟରେ ଥିବା ଏହି ମହାନ୍ ପର୍ବ ପାଇଁ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵର ପୀଠରେ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ। ପଞ୍ଚକ ଓ ବଡ଼ଓଷାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଶୃଙ୍ଖଳିତ କରିବା ପାଇଁ ଧବଳେଶ୍ବର ପୀଠରେ ଜିଲା ପୁଲିସ ପକ୍ଷରୁ ମକ୍ ଡ୍ରିଲ୍ ଅନୁଷ୍ଠିତ ଶୃଙ୍ଖଳିତ ହୋଇଯାଇଛି । ଦର୍ଶନ ପାଇଁ କଂକ୍ରିଟ ସେତୁ ଠାରୁ ଆରମ୍ଭ କରି ମନ୍ଦିର ପର୍ୟ୍ୟନ୍ତ ଧାଡ଼ି ଦର୍ଶନ କରିବା ପାଇଁ ବ୍ୟାରିକେଟ୍ ସହ ବ୍ୟାପକ ପ୍ରସ୍ତୁତି ବ୍ୟବସ୍ଥା ସବୁ ପ୍ରାୟତଃ ପ୍ରସ୍ତୁତ ହୋଇ ଗଲାଣି। ଚଳିତି ବର୍ଷ ଅତ୍ୟାଧିକ ଜନ ସମାଗମରକୁ ଶୃଙ୍ଖଳିତ ଯାତ୍ରା ଶେଷ କରିବା ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩ ଜଣ ଆଡିସନାଲ ଏସ୍ ପି, ୭ ଜଣ ଡିଏସପି,୧୬ ଜଣ ଇନ୍ସପେକ୍ଟର,୧୨୩ ଜଣ ସଵ ଇନ୍ସପେକ୍ଟର ଓ ଏଏସ ଆଇ ଙ୍କ ସହିତ ମୋଟ୍ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥି ସହିତ ହୋମଗାର୍ଡ ଓଡ୍ରାଫ, ଫରେଷ୍ଟ,ଓ ଅଗ୍ନିଶମ ବିଭାଗ ମଧ୍ୟ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିବେ ବୋଲି କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories