ମୁଣ୍ଡଳିରେ ବଢୁଛି ମହାନଦୀ ଜଳସ୍ତର: ସକାଳ ୬ଟା ସୁଦ୍ଧା ୧ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ
କଟକ: ହୀରାକୁଦ ଡ୍ୟାମରୁ ପାଣି ଛାଡିବା ପରେ ଫୁଲୁଛି ମହାନଦୀ। କଟକ ମୁଣ୍ଡଳୀରେ ବଢୁଛି ଜଳସ୍ତର। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଲ ଏବଂ ପରେ ବରମୁଳ ଦେଇ ମୁଣ୍ଡଳୀ ରେ ପହଞ୍ଚିଛି। ସୋମବାର ରାତିରୁ ମୁଣ୍ଡଳୀରେ ବନ୍ୟା ଜଳ ନିଷ୍କାସିତ ହେବା ଆରମ୍ଭ କରିଛି। ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀକୂଳିଆ ଲୋକଙ୍କର ଚିନ୍ତା ବଢିଛି। ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ୭ ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର। ମହାନଦୀ ଭିତରକୁ ଲୋକ ପ୍ରବେଶ ନ କରିବା ସହ ଗୋରୁ ଗାଈ ଆଦି ଗୃହପାଳିତ ପଶୁ ଙ୍କୁ ଛାଡିବା ଉପରେ ବାରଣ କରାଯାଇଛି।
Comments are closed.