www.samajalive.in
Monday, December 15, 2025
15.1 C
Bhubaneswar

କଟକ ସହରକୁ ଆସିଛନ୍ତି ୫୧୦୧ ପ୍ରବାସୀ, କରୋନା ଚିକିତ୍ସା ପାଇଁ ୧୮ ଟିଏମ୍‌ସିରେ ୧୨୯୦ ଶଯ୍ୟା ବ୍ୟବସ୍ଥା

ଭୁବନେଶ୍ବର: କଟକ ସହରକୁ ବିଭନ୍ନ ରାଜ୍ୟରୁ ୫୧୦୧ଜଣ ପ୍ରବାସୀ ଆସିଛନ୍ତି। ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୧୮ଟି ଅସ୍ଥାୟୀ ଚିକିିତ୍ସା କେନ୍ଦ୍ର(ଟିଏମ୍‌ସି)ରେ ୧୨୯୦ ଶଯ୍ୟା ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି ବୋଲି କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସ କହିଛନ୍ତି।
କଟକ ସହରରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କଟକ ମହାନଗର ନିଗମ(ସିଏମ୍‌ସି) ଅନନ୍ୟା ଦାସ କହିଛନ୍ତି ଯେ କଟକକୁ ମୋଟ ୫୧୦୧ ପ୍ରବାସୀ ଆସିଛନ୍ତି। ଏମାନଙ୍କୁ ଟ୍ରାକ କରାଯିବା ପରେ ରହିବା ପାଇଁ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ୩୮୯୨, ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ କ୍ବାରେଣ୍ଟାଇନ୍‌ରେ ୯୪୯ ଏବଂ ପେଡ୍‌ କ୍ବାରେଣ୍ଟାଇନ୍‌ରେ ୨୬୦ ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟଜିଲାର ଟ୍ରେନ୍‌, କିମ୍ବା ବସ୍‌ ଓ ଅନ୍ୟାନ୍ୟ ମାଧ୍ୟମରେ ପ୍ରାୟ ୨୦୦୦ଲୋକ କଟକ ଆସିଛନ୍ତି। ଯେତେବେଳେ ଯେଉଁ ପ୍ରବାସୀ କଟକ ଆସୁଛନ୍ତି ତାଙ୍କ ପାଖରେ ହୋମ୍‌ କ୍ବାରେଣ୍ଟାଇନ୍‌ ସୁବିଧା ଅଛି କି ନାହିଁ ତାହା ଦେଖାଯାଉଛି। ଯଦି ନାହିଁ ତାହେଲେ ତାଙ୍କୁ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ କିମ୍ବା ପେଡ୍‌ କ୍ବାରେଣ୍ଟାଇନ୍‌ ପାଇଁ ପରାମର୍ଶ ଦିଆଯାଉଛି। କଟକରେ ଟିଏମ୍‌ସି ୧୮ ରହିଥିବାବେଳେ ସେଥିରେ ୧୨୯୦ ଶଯ୍ୟା ବ୍ୟବସ୍ଥା କରାଯାଇଛି। ୧୭୧ଜଣ ଟିଏମ୍‌ସିରେ ରହିଥିବାବେଳେ ୫୧ ପେଡ୍‌ କ୍ବାରେଣ୍ଟାଇନ୍‌ ଓ ୪୮୧ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଆବଶ୍ୟକ ସୁବିଧା ଥିଲେ ହୋମ କ୍ୱାରେଣ୍ଟାଇନ ଅନୁମତି ଦିଆଯାଇଛି। ୧୦ଟି ହୋଟେଲରେ ପେଡ୍‌ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସିଏମସି ଲୋକଙ୍କ ପାଇଁ କଣ୍ଟ୍ରୋଲ ରୁମ ନମ୍ବର ୭୦୭୭୭୭୫୫୫୫ ଜାରି କରାଯାଇଛି। ଲୋକେ ସିଏମ୍‌ସିକୁ ଏହି ନମ୍ବରରେ କରୋନା ସଂପର୍କିତ ତଥ୍ୟ ଦେଉଛନ୍ତି। ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ନଜର ରଖାଯାଉଛି। କିଛି ଅସୁବିଧା ଦେଖିଲେ ତାଙ୍କର ନମୁନା ପରୀକ୍ଷା କରାଯାଉଛି। ସେହିଭଳି ଘରୋଇ ହସ୍‌ପିଟାଲରେ ଯାଞ୍ଚ କରାଯାଉଛି। କୋଭିଡ ଗାଇଡଲାଇନ ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ଗାଇଡ଼ଲାଇନ ପାଳନ କରୁନଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories