BJD Bijuli 480×75 Mob

କଟକ ବାଲିଯାତ୍ରା : ଏଥର ଚାରିଟି ମଞ୍ଚକୁ ୧୧୩ ସାଂସ୍କୃତିକ ଦଳ

BJD Bijuli 480×75 Mob

କଟକ : ଉଭୟ ଆମୋଦ ଓ ସଂସ୍କୃତି ଭିତରେ ଏଥର ବାଲିଯାତ୍ରାକୁ ଯଥାସମ୍ଭବ ଆକର୍ଷଣୀୟ କରିବାର ଉଦ୍ୟମରେ ରହିଛି ଜିଲାପ୍ରଶାସନ ଏବଂ ଏ କ୍ଷେତ୍ରରେ ଜିଲାପାଳଙ୍କ ଆନ୍ତରିକତା ଓ ପ୍ରଚେଷ୍ଟାକୁ ସମସ୍ତ ମହଲରେ ପ୍ରଶଂସା ବି କରାଯାଉଛି। ଯେଉଁଢଙ୍ଗରେ ପ୍ରଦୂଷଣ ବିରୋଧରେ ଯାଇ ବାଲିଯାତ୍ରାରେ ସାଇକଲରିକ୍ସାର ପ୍ରଚଳନ, ତିନିଟି ଜଳାଶୟରେ ବୋଟିଂ, ତାରକସି ଗ୍ୟାଲେରୀ ଆଦି ଏଥର ବାଲିଯାତ୍ରାକୁ ଅନେକାଂଶରେ ଅନନ୍ୟ କରି ତୋଳିବ, ସମାନ ଭାବରେ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ କିଛି କମ୍‍ ରହିବ ନାହିଁ। ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ଚାରିଟି ମଞ୍ଚରେ। ମୁଖ୍ୟ ରହିବ ବୈଷ୍ଣବ ପାଣି ମଞ୍ଚ ଏବଂ ତା’ସାଙ୍ଗକୁ ଶୀତତାପ ନିୟନ୍ତ୍ରିତ ପାଭିଲିୟନରେ ବି ଗୋଟିଏ ମଞ୍ଚ ରହୁଛି। ପୁଣି ଜଳାଶୟ ନିକଟରେ ଯେଉଂ ମଞ୍ଚ ରହିବ, ସେଠି ଦିନ ବେଳା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଆଉ ଗୋଟିଏ ମଞ୍ଚ ଯୋଡିଡ଼ଙ୍ଗାରେ ଭାସିବ ନଦୀକୂଳରେ ଏବଂ ସେଥିରେ ବି କାର୍ଯ୍ୟକ୍ରମ ପରିବେଷିତ ହେବ। ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ୧୧୩ଟି ସାଂସ୍କୃତିକ ଦଳ ପକ୍ଷରୁ ହୋଇଥିବା ଆବେଦନକୁ ବିଚାର କରାଯାଉଛି।

Comments are closed.