www.samajalive.in
Saturday, December 6, 2025
14.1 C
Bhubaneswar

ଅଭିଶପ୍ତ ଚେୟାର: ଏଥିରେ ଯିଏ ବସିଛି ରହସ୍ୟମୟ ଭାବେ ତା’ର ଜୀବନ ଯାଇଛି

ସମାଜ ଡିଜିଟାଲ ଡେସ୍କ: ଏଭଳି ଅନେକ ଜିନିଷ ଓ ସ୍ଥାନ ଅଛି, ଯାହାକୁ ଅଭିଶପ୍ତ ବୋଲି ବିବେଚନା କରାଯାଏ। କୁହାଯାଏ ଯେ, ଏଭଳି ଅଭିଶପ୍ତ ସାମଗ୍ରୀ ତଥା ସ୍ଥାନ ନିକଟକୁ ଯିବା ନିଜ ମୃତ୍ୟୁକୁ ନିମନ୍ତ୍ରଣ ଦେବା ଭଳି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଚେୟାର ବିଷୟରେ କହିବୁ, ଯାହାକୁ ଅଭିଶପ୍ତ ବୋଲି ବିବେଚନା କରାଯାଏ। କୁହାଯାଏ, ଯଦି କେହି ଏହି ଚେୟାରରେ ବସନ୍ତି ତେବେ ତାଙ୍କର ମୃତ୍ୟୁ ହୋଇଯାଏ। ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି।

ଏହି ଚେୟାର ଇଂଲଣ୍ଡରେ ଅଛି ଏବଂ ଏହାକୁ ମୃତ୍ୟୁର ଚେୟାର ବୋଲି କୁହାଯାଏ। ଏହି ଚେୟାର ଥୋମାସ୍‌‌ ବୁସ୍‌‌ବୀ ନାମକ ଜଣେ ବ୍ୟକ୍ତିଙ୍କ ପ୍ରିୟ ଚେୟାର ମଧ୍ୟରୁ ଗୋଟିଏ ଥିଲା। କୁହାଯାଏ ଯେ, ଏହି ଚେୟାର ଉପରେ ଆଉ କେହି ବସିବା ଥୋମାସ୍‌‌ ବୁସ୍‌‌ବୀ ଦେଖିପାରୁ ନଥିଲେ। ଏହି ଚେୟାରକୁ ସେ କେତେ ଭଲପାଆନ୍ତି ତାହା ଏକ ଘଟଣାରୁ ଜାଣିହେବ। ଥରେ ତାଙ୍କ ଶ୍ୱଶୁର ଏହି ଚେୟାର ଉପରେ ବସିଥିଲେ। ଏହି ଘଟଣା ୧୭୦୨ ମସିହାରେ ଘଟିଥିବା କୁହାଯାଏ। ତାଙ୍କ ଶ୍ୱଶୁର ସେହି ଚେୟାର ଉପରେ ବସିଥିବା ଦେଖି ଥୋମାସ୍‌‌ ବୁସ୍‌‌ବୀ ଏତେ ରାଗି ଯାଇଥିଲେ ଯେ, ସେ ତାଙ୍କ ଶ୍ୱଶୁରଙ୍କୁ ହତ୍ୟା କରି ଦେଇଥିଲେ। ସେବେଠାରୁ ଏହି ଚେୟାର ଉପରେ ବସିବାକୁ କେହି ସାହସ କରିନାହାନ୍ତି। କୁହାଯାଏ, ନିଜ ଅନ୍ତିମ ସମୟରେ ଥୋମାସ୍‌‌ ଏହି ଚେୟାରକୁ ଅଭିଶାପ ଦେଇଥିଲେ ଯେ ଯିଏ ଏଥିରେ ବସିବ ତା’ର ମୃତ୍ୟୁ ହେବ। ତଥାପି ଏହାପରେ ଲୋକେ ତାଙ୍କ ଅଭିଶାପ ପ୍ରତି ଧ୍ୟାନ ଦେଲେନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେହି ଅଭିଶପ୍ତ ଚେୟାରକୁ ଏକ ପବ୍‌‌ରେ ରଖାଯାଇଥିଲା। ଖାଲି ଏତିକି ନୁହେଁ ଏହି ଚେୟାରକୁ ହଟ୍‌‌ ସିିଟ୍‌‌ ନାଁ ଦିଆଯାଇଥିଲା। ଏହାପରେ ଦେଖାଗଲା ଯେ, ଯିଏ ସେଥିରେ ବସିଲେ ସେମାନଙ୍କ ମୃତ୍ୟୁ ହେବାକୁ ଲାଗିଲା। ଏପର୍ଯ୍ୟନ୍ତ ଏହି ଚେୟାରରେ ବସିଥିବା ୬୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ପରେ ଏହି ଚେୟାରକୁ ବାନ୍ଧି ଏକ ସଂଗ୍ରହାଳୟର ଛାତରେ ଟାଙ୍ଗି ଦିଆଗଲା। ଯଦ୍ୱାରା ଭୁଲରେ ବି ଯେମିତି କେହି ସେଥିରେ ନ ବସିବେ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories