www.samajalive.in
Saturday, December 6, 2025
17.1 C
Bhubaneswar

ଖରାଦିନ : ଜାଣନ୍ତୁ ଦହିରେ କ’ଣ ମିଶାଇ କରିବେ ସେବନ..

ଖରାର ତାତି ଅନୁଭବ ହେଲାଣି। ଏହି ଋତୁରେ ସାଧାରଣତଃ ଦହି ଓ ଥଣ୍ଡାଜାତୀୟ ପାନୀୟ ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି। କିଛି ଲୋକେ ଦହିରେ ଚିନି ତ ଆଉ କିଛି ଲୁଣ ମିଶାଇ ପିଇବାକୁ ପସନ୍ଦ କରିଥାଆନ୍ତି। ଅଧିକାଂଶ ଲୋକେ ଦହିରେ ଲସି ପ୍ରସ୍ତୁତ କରି ପିଇଥାଆନ୍ତି। ତେବେ ଦହିରେ ଲୁଣ ମିଶାଇ ନା ଚିନି ମିଶାଇ ପିଇବା ଅଧିକ ଉପକାରୀ ତାହା ଜାଣନ୍ତୁ..
ଆୟୁର୍ବେଦ ଅନୁଯାୟୀ, ଦହିକୁ ରାତି ସମୟରେ ସେବନ କରନ୍ତୁ ନାହିଁ। ନିୟମିତ ଅପେକ୍ଷା ସପ୍ତାହକୁ ୪ଥର ଏହାର ସେବନ କରିବା ଉଚିତ। ଦହିରେ ମୁଗଡାଲି, ମହୁ, ଘିଅ, ଚିନି ଓ ଅଁଳାକୁ ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ।
ଡାକ୍ତରଙ୍କ ମତାନୁଯାୟୀ, ଦହିରେ କେବେ କେବେ ଲୁଣ ମିଶାଇ ସେବନ କରି ପାରିବେ। ମାତ୍ର ନିୟମିତ ଲୁଣ ପକାଇ ସେବନ କରନ୍ତୁ ନାହିଁ। ଏହା ତ୍ୱଚା ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହାସହ କେଶ ଝଡିବା, ବୟସ ପୂର୍ବରୁ ଧଳା କେଶ, ତ୍ୱଚାରେ ମଧ୍ୟ ଦାଗ ସୃଷ୍ଟି ହୋଇଥାଏ। ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ପେଟ ଥଣ୍ଡା ହେବା ସହ ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟର କୌଣସି କ୍ଷତି ହୋଇନଥାଏ। ଦହିରେ ଗୁଡ ମିଶାଇ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
ଖରାଦିନେ ଦହିରେ ଲସି ପ୍ରସ୍ତୁତ କରି ପିଇବା ମଧ୍ୟ ଲାଭଦାୟକ। ଦହିରେ ଚିନି ମିଶିବା ମାତ୍ରେ ଏହାର ଗୁଣ ଥଣ୍ଡା ହୋଇଥାଏ। ଏହାର ସେବନ ଦ୍ୱାରା ଖରାର ପ୍ରଭାବରୁ ଆରାମ ମିଳିଥାଏ। ଶରୀରକୁ ଶକ୍ତି ମିଳିବା ସହ ସତେଜ ଅନୁଭବ ହୋଇଥାଏ। ଥକ୍କାପଣ ଦୂର କରିଥାଏ। କାର୍ଯ୍ୟ କରିବାକୁ ଶକ୍ତି ମିଳିଥାଏ। ଶରୀରରେ ଜଳର ଅଭାବ ଦୂର କରିଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories