www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରତିଷ୍ଠା ହେଲା ଦେବଗିରି କୁଣ୍ଡ; ଆତ୍ମହତ୍ୟା କରିଥିଲେ ଛାତ୍ରୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ଐତିହାସିକ ପ୍ରସିଦ୍ଧ ଶୈବପୀଠରେ ଥିବା କୁଣ୍ଡରେ ଯୁକ୍ତ ତିନି ପଡୁଥିବା ଛାତ୍ରୀ ପଡି ମୃତ୍ୟୁ ଘଟିଥିବା ବେଳେ ସୋମବାର କୁଣ୍ଡକୁ ପୂଜକ ପ୍ରତିଷ୍ଠା କରିଛନ୍ତି। ଉକ୍ତ କୁଣ୍ଡର ପାଣି ପୂଜକ ନେଇ ଶିବଙ୍କ ନୀତିକାନ୍ତି କରିଆସୁଥିଲେ। କୁଣ୍ଡରେ ଦେବଗିରି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ପରୀକ୍ଷା ଭଲ ହୋଇନାହିଁ ବୋଲି ନିଜ ଦାଦାଙ୍କ ଭଉଣୀମାନଙ୍କୁ କହିବା ସହ ଘରକୁ ମୋବାଇଲରେ ମେସେଜ କରି ୨୩ତାରିଖ ଗୁରୁବାର ଦିନ ଦେବଗିରି କୁଣ୍ଡକୁ ଡେଇଁ ଆତ୍ମହତ୍ୟା କରିଥିଲା। ପ୍ରମୁଖ ଦେବଗିରି ପାହାଡ ପୋଖରୀ ପାଣିରେ ଛାତ୍ରୀଙ୍କ ମୃତ୍ୟୁ ପରେ ସେ ଅପବିତ୍ର ହୋଇଥିଲା। ସେଥିରେ ପ୍ରଶାସନ ଓ ଦେବଗିରି କମିଟି ମିଳିତରେ ମଟର ଲଗାଇ ପାଣି ବାହାର କରି ସଫା କରିଥିଲେ। ତାହାକୁ ଆଜି ପୂଜକ ସାଙ୍ଗମ ଶ୍ୟାମ୍ବାମୂର୍ତ୍ତି ରୀତିନୀତି ଅନୁଯାୟୀ ହୋମ ଯଜ୍ଞ ପୂଜାପାଠ କରି ଉକ୍ତ କୁଣ୍ଡକୁ ସିଦ୍ଧି କରିଥିବା ଦେଖିବାକୁ ମିଳିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories