www.samajalive.in
Saturday, December 6, 2025
14.1 C
Bhubaneswar

ଶୀତଦିନେ ଦହି ଖାଇବା କେତେ ଦୂର ଠିକ ଜାଣନ୍ତୁ

ସାଧାରଣତଃ ଏପରି ଧାରଣା ରହିଛି ଯେ, ଶୀତଦିନେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଦହି ଖାଇବା ଦ୍ୱାରା ଅଧିକ ଥଣ୍ଡା ହୋଇଥାଏ , ମାତ୍ର ଏହି ଉକ୍ତିଟି ସତ୍ୟ ନୁହେଁ। ଶୀତ ଦିନେ ଅଧିକାଂଶ ଲୋକେ ମସଲାଯୁକ୍ତ ଖାଦ୍ୟ, ଚାର୍ଟ , ଛଣାଛଣି ଖାଦ୍ୟ ଅଧିକ ଖାଇଥାଆନ୍ତି । ଯାହାଦ୍ୱାରା ପାଚନ ତନ୍ତ୍ର ଉପରେ ଏହାର କୁପ୍ରଭାବ ପଡ଼ିବା ସହ ମୋଟାପଣ ମଧ୍ୟ ବୃଦ୍ଧି ହୋଇଥାଏ। ମାତ୍ର ଦହି ଖାଇବା ଦ୍ୱାରା ଏହି ସମସ୍ତ ଖାଦ୍ୟର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିନଥାଏ। ଦହିରେ ଏଭଳି କେତେକ ପୋଷକ ତତ୍ତ୍ୱ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ, କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, ପ୍ରୋଟିନ, ଆଦି ରହିଛି। ଜାଣନ୍ତୁ …..
ଶୀତଦିନେ ଅଧିକାଂଶ ଲୋକେ ପୁରୀ , ପରଟା ଆଦି ଖାଇବାକୁ ବେଶ ପସନ୍ଦ କରନ୍ତି। ଏହା ମୋଟାପଣ ବୃଦ୍ଧି କରିଥାଏ। ତେଣୁ ଦହିରେ ପୁରୀ ଓ ପରଟା ଖାଇବା ଦ୍ୱାରା ଏହା ମୋଟାପଣ ବୃଦ୍ଧି ହେବାକୁ ଦେଇନଥାଏ।
ଶୀତ ଦିନେ ସାଧାରଣତଃ କେତେକ ଖାଦ୍ୟର ସେବନ ଦ୍ୱାରା ପାଚନ ତନ୍ତ୍ର ଧିରେ କାର୍ଯ୍ୟ କରିଥାଏ। ଯାଦ୍ୱାରା ଏସିଡ଼ିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର ଦହିର ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଦହିରେ ବହୁ ପ୍ରକାରର ଉତ୍ତମ ବ୍ୟାକ୍ଟେରିଆ ମଧ୍ୟ ରହିଛନ୍ତି। ଯାହା ଶରୀରକୁ ବହୁ ସଂକ୍ରମଣରୁ ରକ୍ଷା କରିଥାଏ।
ଦହିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ଏଥିରେ ଭରପୂର ମାତ୍ରାରେ କ୍ୟାଲସିୟମ ରହିଛି। ଯାହା ହାଡ଼କୁ ସୁସ୍ଥ ଓ ମଜଭୂତ ରଖିଥାଏ।
ମଧୁମେହ ରୋଗୀ ମଧ୍ୟ ଅଳ୍ପ ମାତ୍ରାରେ ଦହିର ସେବନ କରିବା ଲାଭଦାୟକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories