ମିଗୁଏଲ ଡିଆଜ କ୍ୟୁବାର ନୂଆ ରାଷ୍ଟ୍ରପତି

0

ହାଭାନା : କାରବିଆନ୍‌ ଦ୍ୱୀପ ରାଷ୍ଟ୍ର କ୍ୟୁବାରେ ଦୀର୍ଘ ୬ ଦଶନ୍ଧି ଧରି ଚାଲି ଆସିଥିବା କାଷ୍ଟ୍ରୋ ଯୁଗର ଅବସାନ ଘଟିଛି। ରାଷ୍ଟ୍ରପତି ରାଉଲ କାଷ୍ଟ୍ରୋ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଦୀର୍ଘ କାଳର ସହଯୋଗୀ ମିଗୁଏଲ ଡିଆଜ କାନେଲ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନ୍ୟାସନାଲ ଆସେମ୍ବ୍ଲିର ୬୦୫ ସଦସ୍ୟଙ୍କ ନିର୍ବାଚିତ ୩୧ସଦସ୍ୟଙ୍କ ନେତା ଭାବେ ସେ ମନୋନୀତ ହୋଇଛନ୍ତି। ମିଗୁଏଲ ୨୦୧୩ରୁ ଦୁଇଥର ଉପରାଷ୍ଟ୍ରପତି ହୋଇଛନ୍ତି। ୧୯୫୯ ବିଦ୍ରୋହ ପରେ ଜନ୍ମ ଗ୍ରହଣ କରିଥିବା ନେତାଙ୍କ ମଧ୍ୟରେ ୫୭ବର୍ଷୀୟ ମିଗୁଏଲ ପ୍ରଥମ; ଯେ କି ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି। ସେ ତାଙ୍କର ୫୮ତମ ଜନ୍ମଦିନରେ ରାଷ୍ଟ୍ରପତି ହୋଇଛନ୍ତି। ଏହାଛଡ଼ା ଏହି କମ୍ୟୁନିଷ୍ଟ ନେତା ହେଉଛନ୍ତି ପ୍ରଥମ ରାଷ୍ଟ୍ରମୁଖ୍ୟ; ଯାହାଙ୍କ ନାମରେ କାଷ୍ଟ୍ରୋ ଶବ୍ଦ ଲାଗି ନାହିଁ। କ୍ୟୁବାର ରାଷ୍ଟ୍ରପିତା ଭାବେ ପରିଚିତ ଫିଡେଲ କାଷ୍ଟ୍ରୋ ଅସୁସ୍ଥ ହେବା ପରେ ତାଙ୍କ ଭାଇ ୮୬ବର୍ଷୀୟ ରାଉଲ ୨୦୦୬ରୁ କ୍ଷମତା ସମ୍ଭାଳି ଥିଲେ। ଫିଡେଲଙ୍କର ଗତ ବର୍ଷ ମୃତ୍ୟୁ ପରେ ରାଉଲ ତାଙ୍କ ପଦରେ ଅଧିଷ୍ଠିତ ହୋଇଥିଲେ।

Leave A Reply