ସ୍ୱେରଜ ପାଇପ ଭିତରେ ଫସିଗଲେ ଶ୍ରମିକ, ଦେଖନ୍ତୁ ଭିଡିଓ

0

କଟକ: ଗୁରୁବାରରେ କଟକରେ ଥିବା ପୁଲିସ ସିଗନାଲ ମୁଖ୍ୟାଳୟ ନିକଟରେ ଏକ ଅଘଟଣ ଘଟିଯାଇଛି । ଏଠାରେ ଥିବା ପମ୍ପି ଷ୍ଟେସନର ପାଇପ୍‌ ସଫା କରୁଥିବା ବେଳେ ପମ୍ପ ଅନ୍‌ ହେବାରୁ ପ୍ରାଣକୃଷ୍ଣ ମୁଦଲି ନାମକ ଜଣେ ଶ୍ରମିକ ଏହା ଭିତରେ ଫସିଯାଇଥିଲେ । ସକାଳୁ ଏହି ଘଟଣା ଘଟିଥିଲା । ସ୍ଥାନୀୟ ବାସିନ୍ଦା ଏହା ଜାଣିବାପରେ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।     ମାତ୍ର ବହୁତ ଭିତରକୁ ଚାଲିଯାଇଥିବାରୁ ତାଙ୍କୁ ବାହାରକୁ କାଢିବା ସମ୍ଭବ ହୋଇ ନ ଥିଲା । ଲୋକ ସେବକ ମଣ୍ଡଳର  କୋଷାଧ୍ୟକ୍ଷ ତଥା ସମାଜ ପରିଚାଳନା ମଣ୍ଡଳର ସମ୍ପାଦକ ଭୀମସେନ ଯାଦବ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶ୍ରମିକଙ୍କ ଉଦ୍ଧାର ପାଇଁ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗ ଯୋଗ କରିଥିଲେ ।  ଅଗ୍ନିଶମ ବିଭାଗ ସହ ଓଡ୍ରାଫ  ଟିମ୍‌ସେଠାରେ  ପହ଼ଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

 

 

କିପରି ଫସିଥିଲେ ଶ୍ରମିକ

ପ୍ରାଣକୃଷ୍ଣ ଅନେକ ସମୟରେ ଏହି ପମ୍ପି ଷ୍ଟେସନ ନିକଟରେ ସଫେଇ କାର୍ଯ୍ୟ କରିଥାଆନ୍ତି । ଗୁରୁବାରେ ସେ କାମ କରୁଥିବା ବେଳେ ପମ୍ପିଷ୍ଟେସନର ପମ୍ପ  ଚାଲୁ ହୋଇଥିଲା । ସେ ଦୁଇଫୁଟ ଗୋଲେଇର ଏହି ସ୍ୱିରେଜ୍‌ ପାଇପରେ ଫସିଯାଇଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ପମ୍ର ବନ୍ଦ କିବା ପାଇଁ କହିଥିଲେ । ଏହାପରେ ଲୋକ ସେବକ ମଣ୍ଡଳର  କୋଷାଧ୍ୟକ୍ଷ ତଥା ସମାଜ

ପରିଚାଳନା ମଣ୍ଡଳର ସମ୍ପାଦକ ଭୀମସେନ ଯାଦବ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶ୍ରମିକଙ୍କ ଉଦ୍ଧାର ପାଇଁ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୋଗ ଯୋଗ କରିଥିଲେ । ଏକ୍ସକାଭେଟର ସାହାଯ୍ୟରେ ରାସ୍ତାକୁ ଖୋଳାଯିବାପରେ ପାଇପକୁ କଟାଯାଇଥିଲା । ସକାଳ ୮ଟା ୩୦ରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୬ ଘଣ୍ଟା ଧରି  ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିଲା । ଉଦ୍ଧାର କାର୍ଯ୍ୟ ସମୟରେ ପ୍ରାଣକୃଷ୍ଣଙ୍କୁ ପାଣି ପିଇବାକୁ ଦେବା ସହ ଅକ୍ସିଜେନ ଦିଆଯାଇଥିଲା । ଘଟଣାସ୍ଥଳରେ ଦେଖଣାହାରୀଙ୍କର ସହ ବିଭିନ୍ନ ନେତାଙ୍କ ସୁଅ ଛୁଟିଥିଲା ।   ବିଭିନ୍ନ ସ୍ଥାନୀୟ ଟିଭି ଚ୍ୟାନେଲ ପକ୍ଷରୁ ଏହାକୁ ସିଧା ପ୍ରସାରଣ କରାଯାଇଥିଲା । ଘଟଣାସ୍ଥଳରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ, ଡାକ୍ତରୀ ଦଳ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଥିଲା ।

ଦେଖନ୍ତୁ ଭିଡିଓ

 

Leave A Reply