www.samajalive.in
Saturday, December 6, 2025
23.1 C
Bhubaneswar

ବିଦ୍ୟୁତ୍ ଆଘାତ ଦେଇ କୁକୁରକୁ ହତ୍ୟା

କଟକ: ଘର ଦୁଆର ମୁହଁରେ ଗାଈ ଓ କୁକୁର ଶୋଇବା ସହିତ ମଳତ୍ୟାଗ କରୁଥିଲେ। ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି ଘର ଦୁଆର ମୁହଁରେ ତାର ବାଡ ଲଗାଇ ସେଥିରେ ବିଦ୍ୟୁତ୍ ସଂଯୋଗ କରିଥିଲେ। ଆଉ ଏହି ବିଜୁଳି ତାର ସଂସ୍ପର୍ଶରେ ଆସି ଦୁଇଟି କୁକୁରଙ୍କ ର ମୃତ୍ୟୁ ଘଟିବା ସହ ଗୋଟିଏ ଷଣ୍ଢ ଗୁରୁତର ହୋଇଥିବା ଜଣାପଡିଛି। ବିଜୁଳି ତାର ଲଗାଇ ନୀରିହ ପଶୁଙ୍କୁ ହତ୍ୟା କରିବା ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଘରର ବିଜୁଳି ସଂଯୋଗ କାଟିଛି ବିଦ୍ୟୁତ୍ ବିପଣନକାରୀ ସଂସ୍ଥା ଟାଟା ପାଓ୍ବାର। ମଙ୍ଗଳବାର କଟକର ବାଦାମବାଡି ଥାନା ଅନ୍ତର୍ଗତ ଶଙ୍କରପୁର ପରିଡାସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଏ ନେଇ ବାଦାମବାଡି ଅଞ୍ଚଳର ଜଣେ ସଚେତନ ନାଗରିକ ଘଟଣା ସଂକ୍ରାନ୍ତରେ ଖବର ପାଇ କଟକ ଜିଲ୍ଲାପାଳ , ଡିସିପି, ଟାଟା ପାଓ୍ବାର ଏବଂ ପିପୁଲ୍ସ ଫର୍ ଆନିମଲ୍ ସଂସ୍ଥାକୁ ସାମାଜିକ ଗଣ ମାଧ୍ୟମ ଏକ୍ସରେ ସୂଚନା ଦେଇଥିଲେ। ଏହି ସୂଚନା ପାଇ ତୁରନ୍ତ ବାଦାମବାଡି ପୁଲିସ୍ ଉପସ୍ଥିତିରେ ଟାଟା ପାଓ୍ବାର କର୍ମଚାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ସଂଯୋଗ କରୁଥିବା ବିଦ୍ୟୁତ୍ ଲାଇନକୁ ବିଚ୍ଛିନ୍ନ କରିଦେଇଥିଲେ।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories