www.samajalive.in
Sunday, December 14, 2025
26.1 C
Bhubaneswar

ଗୁଳି ଫୁଟାଇ ଯୁବତୀଙ୍କ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୁତ୍ତ

କଟକ: କଟକରେ ଗୁଳି ଫୁଟାଇ ଯୁବତୀଙ୍କ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୁତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ନରାଜ ଅଞ୍ଚଳରେ।  ବାରଙ୍ଗ ଥାନା ଅନ୍ତର୍ଗତ ନରାଜ-ଗୋଡ଼ିସାହି ପାହାଡ଼ ଉପରେ ଶନିବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବତୀଙ୍କଠାରୁ ସୁନା ଚେନ୍ ଛଡ଼ାଇନେବାବେଳେ ଗୁଳି ଫୁଟାଇଛନ୍ତି। ଖବର ପାଇ ବାରଙ୍ଗ ଥାନା ଓ ସିଡିଏ ଫେଜ୍-୨ ଥାନା ପୁଲିସ ପହଞ୍ଚି ଛାନ୍‌ ଭିନ୍‌ ଚଳାଇଛନ୍ତି। ନରାଜ ପାହାଡ଼ ଉପରେ ଥିବା ଓମଫେଡ୍ ପ୍ଲାଣ୍ଟ୍‌ଠାରୁ କିଛି ଦୂରରେ ଗତକାଲି ରାତିରେ କିଛି ଯୁବକ ଓ ଯୁବତୀ ବସି ଗପସପ କରୁଥିଲେ। ଏତିକି ବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ପାଖରେ ପହଞ୍ଚି ବନ୍ଧୁକ ବାହାର କରି ଗୋଟିଏ ରାଉଣ୍ଡ୍ ଗୁଳି ଫୁଟାଇ ଯୁବତୀଙ୍କୁ ଭୟଭୀତ କରି  ସୁନା ଚେନ୍‌ ଝାମ୍ପି ନେଇଥିଲେ। ୩ ଦିନ ତଳେ ସିଡିଏରୁ ସମାନ ଢଙ୍ଗରେ  କିଛି ଅଜଣା ଦୁର୍ବୁତ୍ତ ଚେନ୍ ଛଡ଼ାଇନେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories