www.samajalive.in
Monday, December 8, 2025
24.1 C
Bhubaneswar

ଭାରତରେ ମିଳିବ ବିବାଦୀୟ ଉପନ୍ୟାସ ‘ସାଟାନିକ୍ ଭର୍ସେସ୍’, କଟକଣା ଉଠିଲା

ନୂଆଦିଲ୍ଲୀ: ଭାରତରେ ଜନ୍ମିତ ବୁକର ପୁରସ୍କାର ବିଜେତା ବ୍ରିଟିଶ ଲେଖକ ସଲମାନ ରୁସ୍ଦିଙ୍କ ବିବାଦୀୟ ଉପନ୍ୟାସ ‘ସାଟାନିକ୍ ଭର୍ସେସ୍’ର ଆମଦାନୀ ଉପରେ ଲାଗୁ କରାଯାଇଥିବା କଟକଣା ଉଠିଯାଇଛି। ସୂଚନାଯୋଗ୍ୟ ଏହି ଉପନ୍ୟାସରେ ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବାରୁ ମୁସଲିମ ସଂଗଠନଗୁଡିକ ବିଶ୍ବବ୍ୟାପୀ ଏହାକୁ ବିରୋଧ କରିଥିଲେ। ଫଳରେ ୧୯୮୮ରେ ଭାରତ ସରକାର ଏହି ଉପନ୍ୟାସର ବିକ୍ରି ଓ ଆମଦାନୀ ଉପରେ ନିଷେଧାଜ୍ଞା ଜାରି କରିଥିଲେ। ତେବେ ଏହି ନିର୍ଦେଶନାମା ପ୍ରତିବାଦରେ ୨୦୧୯ରେ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଚଳିତମାସ ୫ରେ ମାମଲାର ଶୁଣାଣି ହୋଇଥିବାବେଳେ ଭାରତ ସରକାର ଏହି ଉପନ୍ୟାସ ଉପରେ ଲାଗୁ କରାଯାଇଥିବା କଟକଣା ସମ୍ପର୍କିତ ନିର୍ଦେଶନାମା ଦାଖଲ କରିବାରେ ବିଫଳ ହୋଇଥିଲେ। ଏହାକୁ ଆଧାର କରି ହାଇକୋର୍ଟ କହିଛନ୍ତି ଯେ ନିର୍ଦେଶନାମା ଉପଲବ୍ଧ ହେଉନଥିବା ଅର୍ଥ ଏହି କଟକଣାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି।

୧୯୮୮ ସେପ୍ଟେମ୍ବରରେ ଏହି ଉପନ୍ୟାସ ଉନ୍ମୋଚିତ ହୋଇଥିବାବେଳେ ଭାରତ ସମେତ ବିଭିନ୍ନ ମୁସଲିମ ରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଇରାନର ତତ୍କାଳୀନ ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖୋମିନି ସେତେବେଳେ ରୁସ୍ଦିଙ୍କୁ ହତ୍ୟା କରିବାକୁ ନିର୍ଦେଶ ଦେଇଥିଲେ, ଯାହାଫଳରେ ରୁସ୍ଦିଙ୍କୁ ଛଅବର୍ଷ ଆତ୍ମଗୋପନ କରିବାକୁୁ ପଡିଥିଲା। ତେବେ ୨୦୨୨ ଅଗଷ୍ଟରେ ନ୍ୟୁୟର୍କରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇଥିବାବେଳେ ରୁସ୍ଦିଙ୍କୁ ମଞ୍ଚ ଉପରେ ଛୁରାମାଡ କରାଯାଇଥିଲା। ଏଥିରେ ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇପଡିଥିବାବେଳେ ଗୋଟିଏ ହାତ ଅଚଳ ହୋଇପଡିଥିଲା।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories