କେନ୍ଦ୍ରାପଡା : କେନ୍ଦ୍ରାପଡାରେ ବନ୍ୟା ବିଭୀଷିକା ଭିତରେ ଦେଖାଦେଇଛି କୁମ୍ଭୀର ଭୟ । ଚଉଦ କୁଲାଟ ଅଞ୍ଚଳରେ ଅନେକ କୁମ୍ଭୀର ବୁଲୁଥିବା ନେଇ ଖବର ମିଳିଛି । ବ୍ରାହ୍ମଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ରାତିରେ ମଧ୍ୟ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ଅନେକ ଅଞ୍ଚଳରେ ବନ୍ୟା ପାଣି ଆସିଲେ ପ୍ରଭାବିତ ହୁଏ । ବନ୍ୟା ପାଇଁ ନାହିଁ ନଥିବା ସମସ୍ୟା ଦେଖାଦେଇଛି । କୁମ୍ଭୀର ଗାଁ ଦାଣ୍ଡରେ ବୁଲୁଥିବା ଦୃଶ୍ୟ ମଧ୍ୟ କଏଦ ହୋଇଛି ।
Popular Categories



